ଦରଦାମ ବୃଦ୍ଧି ପ୍ରତିବାଦରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘରକୁ ପରିବା ମାଡ଼ କଲା ଛାତ୍ର କଂଗ୍ରେସ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ବର, ୫/୭: ଆକାଶ ଛୁଆଁ ଦରଦାମ ବୃଦ୍ଧିକୁ ନେଇ ବୁଧବାର ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀରେ ପ୍ରତିବାଦ କରାଯାଇଛି। ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଆଗରେ ଜୋରଦାର ପ୍ରତିବାଦ କରିଛନ୍ତି। ସେମାନେ ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ପରିବା ମାଡ଼ କରିଛନ୍ତି। ଏଥିସହ  ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଛାତ୍ର କଂଗ୍ରେସ ଦରଦାମ ନିୟନ୍ତ୍ରଣ ସହ ସବୁ ଜିଲ୍ଲା ଓ ବ୍ଲକରେ ଶୀତଳଭଣ୍ଡାର ସ୍ଥାପନ କରିବା ଦାବି କରିଛି।

ସୂଚନାଯୋଗ୍ୟ, ବିଗତ କିଛି ଦିନ ହେଲା ରାଜ୍ୟରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଟମାଟୋ କିଲୋ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ବିନ୍‌ସ ଓ କଞ୍ଚା ଲଙ୍କା କିଲୋ ପିଛା ୨୦୦ ଟଙ୍କାରୁ ଊର୍ଦ୍ଧ୍ବରେ ବିକ୍ରି ହେଉଛି। ବାଇଗଣ, କାଙ୍କଡ଼, ଭେଣ୍ଡି ଆଦି ପରିବାର ଦର ମଧ୍ୟ ପୂର୍ବ ଦର ତୁଳନାରେ ଢେର ଅଧିକ ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ଅମୃତଭଣ୍ଡା ଓ କଖାରୁକୁ ବାଦ୍‌ ଦେଲେ ଅନ୍ୟ ପରିବା କିଣିବା ବେଳେ ଗ୍ରାହକଙ୍କୁ ଭାରି ବାଧୁଛି।

Comments are closed.