ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ଉତ୍କର୍ଷର ୧୦୦୦ ଦିନ ପୂରଣ, ପୂର୍ବ ଭାରତର ଅଗ୍ରଣୀ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭାବେ ସୁନାମ

0

ଭୁବନେଶ୍ୱର,୧୦/୦୪: ସମ୍‌ ଅଲ୍ଟିମେଟ୍‌ ମେଡିକେୟାର(ସମ୍ମମ୍‌) ସ୍ୱାସ୍ଥ୍ୟସେବାରେ ଉତ୍କର୍ଷର ୧୦୦୦ ଦିନ ପୂରଣ କରିଛି। ରାଜ୍ୟର ସ୍ୱାସ୍ଥ୍ୟସେବାରେ ନୂଆ ମାଇଲଖୁଣ୍ଟ୍‌ ଛିଡ଼ା କରିଛି। କୋଭିଡ୍‌ ମହାମାରୀର ଦୁଇ ମାସ ପୂର୍ବରୁ ଖୋଲିଥିବା ଏହି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ନିରନ୍ତର ଓ ଉତ୍କୃଷ୍ଟ ମାନର ସେବା ଦେଇ ରାଜ୍ୟ କାହିଁକି, ପୂରା ଦେଶରେ ଚର୍ଚ୍ଚିତ ହୋଇଛି।

ସମ୍‌ ଅଲ୍ଟିମେଟ ମେଡିକେୟାର ପୂର୍ବ ଭାରତର ଅଗ୍ରଣୀ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭାବେ ନାଁ କମାଇଛି। ଏବେ ସୁଦ୍ଧା ଦେଢ଼ ଲକ୍ଷ ରୋଗୀ ଚିକିତ୍ସିତ ହେବା ସହ ସେମାନଙ୍କ ଆସ୍ଥା ପ୍ରକଟ କରିଛନ୍ତି। ଏଥିରେ କେବଳ ୩୦ହଜାର କର୍କଟ ରୋଗୀ ଅଛନ୍ତି ୧୧ ହଜାର ରୋଗୀଙ୍କର ପେଟ୍‌ ସିଟି ଓ ଗାମା ଚିକିତ୍ସା ହୋଇଛି। ୩୦ହଜାର ଥେରାପି ଓ ୧୪ହଜାର ୫୦୦ ସର୍ଜରୀ ହୋଇଛି।

ସମ୍ମମ୍‌ରେ ଗୋଟିଏ ଛାତ ତଳେ କର୍କଟ ରୋଗର ଚିକିତ୍ସା ପାଇଁ ଇଣ୍ଟିଗ୍ରେଟେଡ୍‌ କମ୍ପ୍ରେହେନସିଭ୍‌ କ୍ୟାନସର କେୟାର ସୁବିଧା ଅଛି। ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ସମ୍‌ ଅଲ୍ଟିମେଟ୍‌ରେ ଏଭଳି ଅତ୍ୟାଧୁନିକ ଓ ଉନ୍ନତମାନର ବ୍ୟବସ୍ଥା ଅଛି। ସମ୍ମମ୍‌ ଖୋଲିବାର ଦୁଇ ମାସ ଭିତରେ ଏହାକୁ ଏନଏବିଏଲ୍‌ ଓ ଏଚ୍‌ଏସିସିପି ମାନ୍ୟତା ମିଳିଛି। ସେହିଭଳି ମାତ୍ର ବର୍ଷକ ଭିତରେ ଏହାକୁ ଏନଏବିଏଚ୍‌ ଆକ୍ରିଡିଏସନ୍‌ ମିଳିଛି।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦେଉଥିବାରୁ ୨୦୨୦ରେ ଏହାକୁ ପୂର୍ବ ଭାରତରୁ ଟାଇମସ୍‌ ଷ୍ଟିଲର ବ୍ରାଣ୍ଡସ୍‌ ଆୱାର୍ଡ ମିଳିଛି । ୨୦୨୧ରେ ସମ୍ମମକୁ ହେଲଥ୍‌ କେୟାର ଆଇକନ୍‌ ଆୱାର୍ଡ ମିଳିଥିଲା। ୨୦୨୨ରେ ବେଷ୍ଟ୍‌ କର୍ପୋରେଟ୍‌ ହସ୍ପିଟାଲ ଆୱାର୍ଡ ମିଳିଥିଲା। ୨୦୨୩ରେ ଟାଇମସ୍‌ ହେଲଥ ଆଇକନ୍‌ ଓଡ଼ିଶାରେ ବେଷ୍ଟ୍‌ ହିଲିଂ ଏନଭର୍ଣ୍ଣମେଣ୍ଟ ଫର ଟ୍ରିଟମେଣ୍ଟ ଆୱାର୍ଡ ମିଳିଥିଲା। ଦେଶର ପ୍ରଥମ ହସ୍ପିଟାଲ ଭାବେ ଏହା ଏନଏବିଏଚ୍‌ ଆକ୍ରିଡିଏସନ୍‌(ପଞ୍ଚମ ସଂସ୍କରଣ) ପାଇଥିଲା।

ଓଡ଼ିଶାରେ ପ୍ରଥମଥର ପାଇଁ ମେଡିକାଲ ଟୁରିଜିମ୍‌ ଧାରାକୁ ଆରମ୍ଭ କରିଥିଲା ସମ୍ମମ୍‌। ବିଦେଶରୁ ଅନେକ ରୋଗୀ ଏଠାକୁ ଆସି ଚିକିତ୍ସିତ ହେଉଛନ୍ତି। ଦେଶର ପ୍ରଥମ ହସ୍ପିଟାଲ ଭାବେ ସମ୍ମମ୍‌ରେ ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗ ସହ ଉତ୍ସର୍ଗୀକୃତ ରିହାବ୍‌ ସେଣ୍ଟର ଖୋଲିଛି। ସେହିଭଳି ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ଏଠାରେ ଡେଡିକେଟେଡ୍‌ ଇଲେକ୍ଟ୍ରୋଫିଜିଓଲୋଜି ଲାବ୍‌ ରହିଛି।

Leave A Reply

Your email address will not be published.