ବଢ଼ିଲା ଗ୍ରୀଷ୍ମ ଛୁଟି, ୨୧ରୁ ଖୋଲିବ ସ୍କୁଲ

ଭୁବନେଶ୍ବର, ୧୭/୬ : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପିଲାମାନଙ୍କର ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରାଯାଇଛି। ଜୁନ୍‌ ୧୯ ପରିବର୍ତେ ୨୧ ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

ଉଲ୍ଲେଖ ଯେ ଏପ୍ରିଲ ୨୧ ତାରିଖରୁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକର ଗ୍ରୀଷ୍ମକାଳୀନ ଛୁଟି ହୋଇଛି। ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ବନ୍ଦ ରହିଛି।

 

Comments are closed.