ଆସନ୍ତା 12 ତାରିଖ ଦିନ ଜେଏନୟୁ କ୍ୟାମ୍ପସରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ 10/11- ଆସନ୍ତା 12 ତାରିଖ ସନ୍ଧ୍ୟା 6.30 ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେଏନୟୁ କ୍ୟାମ୍ପସରେ ସ୍ଵାମୀ ବିବେକାନନ୍ଦଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଭିଡିଓ କନଫରେନ୍ସ ଜରିଆରେ ହେଉଥିବା ଏହି ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ସ୍ଵାମୀ ବିବେକାନନ୍ଦଙ୍କ ଦର୍ଶନ ଓ ଆଭିମୁଖ୍ୟ ଏବେ ମଧ୍ୟ ଦେଶର ଯୁବ ସମାଜକୁ ଅନୁପ୍ରାଣିତ କରୁଛି । ସମଗ୍ର ବିଶ୍ଵରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥିବା ଏହି ମହାନ ବ୍ୟକ୍ତିତ୍ଵଙ୍କ ପାଇଁ ଭାରତ ବିଶେଷ ଭାବେ ଗର୍ବିତ । ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଆଜି ମଧ୍ୟ ଉପଯୋଗୀ । ଜନତାଙ୍କ ସେବା କରିବା ସହ ଯୁବ ସମାଜକୁ ସଶକ୍ତ କଲେ ତାହା ଦେଶକୁ ସମୃଦ୍ଧ କରିବା ସହ ବିଶ୍ଵରେ ଦେଶର ମର୍ଯ୍ୟାଦା ବୃଦ୍ଧି କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ଶକ୍ତି ଓ ସମୃଦ୍ଧି ଲୋକମାନଙ୍କଠାରେ ହିଁ ଅନ୍ତର୍ନିହିତ । ତେଣୁ ସମସ୍ତଙ୍କୁ ସଶକ୍ତ କରିପାରିଲେ ତାହା ଦେଶକୁ ଆତ୍ମନିର୍ଭର ଭାରତ କରିପାରିବ ।

Leave A Reply

Your email address will not be published.