କରୋନାରେ ବାପା-ମା’ ହରାଇଥିବା ଅନାଥ ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

0

ନୂଆଦିଲ୍ଲୀ,୨୯।୫: କରୋନାର ଦ୍ୱିତୀୟ ଲହରୀ କାରଣରୁ ଦେଶରେ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଉଛିବାପାମା ନିଜର ଜବାନ ପୁଅକୁ ହରାଉଛନ୍ତି ତ ଆଉ କୋଉଠି ପିଲାମାନେ ବାପା-ମାଙ୍କୁ ହରାଇ ଅନାଥ ହୋଇ ଯାଉଛନ୍ତି l କରୋନାରେ ବାପା -ମାଙ୍କୁ ହରାଇଥିବା ପିଲାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ପିଏମ କେୟାର୍ସ ଫର ଚିଲଡ୍ରେନ ଯୋଜନା ଅନୁସାରେ ସେହି ପିଲାଙ୍କୁ ସହାୟତା ରାଶି ଦିଆଯିବ, ଯିଏ କରୋନା ମହାମାରୀ କାରଣରୁ ନିଜର ବାପା -ମାଙ୍କୁ ହରାଇଛନ୍ତିl ଏଭଳି ପିଲାଙ୍କୁ ୧୮ ବର୍ଷ ବୟସରେ ମାସିକ ସହାୟତା ରାଶି ଓ ୨୩ ବର୍ଷ ବୟସରେ ପିଏମ କେୟାର୍ସ ଫର ଚିଲଡ୍ରେନ ଯୋଜନା ଅନୁସାରେ ସେହି ପିଲାଙ୍କୁ ସହାୟତା ରାଶି ଦିଆଯିବକେବଳ ସେତିକି ନୁହେଁ, ପିଲାଙ୍କୁ ମାଗଣା ଶିକ୍ଷା ମଧ୍ୟ ସୁନିଶ୍ଚିତ କରାଯିବ l ଶିକ୍ଷା ପାଇଁ ଲୋନ ଦିଆଯିବଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମଧ୍ୟ ଦିଆଯିବ। ଏଥିପାଇଁ ଯେଉଁ ପ୍ରିମିୟମ ଅଛି ତାହା PM କେୟାର ପକ୍ଷରୁ ପ୍ରଦାନ କରାଯିବ

ପ୍ରଧାନମନ୍ତ୍ରୀ କହିଛନ୍ତି, ପିଲାମାନେ ଦେଶର ଭବିଷ୍ୟତ। ତେଣୁ, ଏହି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସବୁକିଛି କରିବୁପିଲାମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

Leave A Reply

Your email address will not be published.