ସୁରେଶ ମହାପାତ୍ରଙ୍କ ଚାକିରି ୬ ମାସ ବଢ଼ିଲା

0

ଭୁବନେଶ୍ବର,୧୩/୧: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଚାକିରିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ଗତ ଡିସେମ୍ବର ୩୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଶ୍ରୀ ମହାପାତ୍ର ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥା’ନ୍ତେ। ଏହି ସମ୍ପ୍ରସାରଣ ଫଳରେ ସେ ଆଉ ୬ ମାସ ମୁଖ୍ୟ ଶାସନ ସଚିବ ଭାବେ ରହିବା‌ ସ୍ପଷ୍ଟ ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଜଣେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ପାଇଁ ସୁପାରିସ୍ କରିଛନ୍ତି।

Leave A Reply

Your email address will not be published.