ପୁଣି ବିଫଳ ହେଲା ବର୍ଷା-ଅନୁଭବ ଆପୋସ ଆଲୋଚନା

0

କଟକ, ୧୪।୭: କ୍ରମାଗତ ଦ୍ୱିତୀୟ ଥର ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆପୋସ ଆଲୋଚନା ବିଫଳ ହୋଇଛି ଦୁହେଁ ଆଜି ପ୍ରାୟ ଅଢେଇ ଘଣ୍ଟା ଧରି ଆଲୋଚନାରେ ବସିବା ପରେ ମଧ୍ୟ ସମାଧାନର କୌଣସି ବାଟ ବାହାରିଲାନାହିଁ । ଶେଷରେ ପରିବାର ଅଦାଲତ ଉଭୟଙ୍କ ମଧ୍ୟରେ ପୁଣି ଥରେ ଆପୋସ ଆଲୋଚନା ପାଇଁ ଆଉ ଏକ ଦିନ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ଆପୋସ ଆଲୋଚନା ଫଳପ୍ରଦ ହେଉନଥିବାରୁ ଏହାକୁ ବନ୍ଦ କରିବା ପାଇଁ ଅନୁଭବ ମହାନ୍ତି ଆଜି ଅଦାଲତରେ ଏକ ପିଟିସନ୍‌ ଦାଏର କରିଛନ୍ତି ।

୯ ତାରିଖରେ ଉଭୟ ପକ୍ଷ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ବସି ବିବାଦ ତୁଟାଇବା ପାଇଁ ଆଲୋଚନା କରିଥିଲେ । ପ୍ରାୟ ଅଢେଇ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା କରିଥିଲେ ମଧ୍ୟ ନିଷ୍କର୍ସ କିଛି ମିଳିନଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଆଜି ଦ୍ୱିତୀୟ ଥର ପାଇଁ ଉଭୟ ଆଲୋଚନାକୁ ଆସିଥିଲେଉଭୟ ଦିନ ପ୍ରାୟ ସାଢେ ୧୧ଟାରେ ପରିବାର ଅଦାଲତର କନସିଲେସନ୍‌ ସେଲ୍‌ରେ ପହଞ୍ଚିଥିଲେ । ୨ଟା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଉଭୟ ପକ୍ଷ କୌଣସି ସମାଧାନରେ ସହମତ ହୋଇନଥିଲେ । ଅପରପକ୍ଷରେ ଆଜି ଏହି ମାମଲାରେ ଅନୁଭବ ମହାନ୍ତି ଏକ ପିଟିସନ୍‌ ଫାଇଲ୍‌ କରିଛନ୍ତି । ସେ ଏଥିରେ ଦର୍ଶାଇଛନ୍ତି ଯେ, ଏହି ଆପୋସ ଆଲୋଚନାରୁ କିଛି ନିଷ୍କର୍ସ ମିଳିବନି । ଏଥିରେ ଅଯଥାରେ ଅଦାଲତଙ୍କର ସମୟ ନଷ୍ଟ ହେଉଛି । ତେଣୁ ଏହି ଆପୋସ ଆଲେଚନା ବନ୍ଦ କରି ମାମଲାର ଶୁଣାଣିକୁ ଆଗକୁ ବଢାଇବା ଲାଗି ଅନୁଭବ ପ୍ରାର୍ଥନା କରିଛନ୍ତି । ଏହା ଉପରେ ବର୍ଷାଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ରାମକୃଷ୍ଣ ରଥ ପ୍ରତିଜବାବ ରଖିବେ । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ପଟିଆଲା କୋର୍ଟରେ ବର୍ଷାଙ୍କୁ ଛାଡପତ୍ର ନେଇ ଅନୁଭବ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ ହୋଇଥିଲା । ଏବେ କଟକ ପରିବାର ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଛି ।

Leave A Reply

Your email address will not be published.