କାଲିଠାରୁ ୫ ପ୍ରର୍ଯ୍ୟାୟରେ ହେବ ଟିକାକରଣ

0

ଭୁବନେଶ୍ବର, ୧୭।୧: ଆରମ୍ଭ ହୋଇଯାଇଛି କରୋନା ମହାମାରୀ ସହ ମହାଲଢ଼େଇ।କରୋନା ମହାମାରୀ ପାଇଁ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ଦିନେ ବିରତି ପରେ ଆସନ୍ତାକାଲିଠାରୁ ପୁଣି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ତେବେ ସୋମବାରଠାରୁ ଟିକାକରଣ ଅହୁରି ବ୍ୟାପକ ହେବ। ସମସ୍ତ ମେଡିକାଲ୍ କଲେଜରେ ୫ଟି ପ୍ରର୍ଯ୍ୟାୟରେ ଟିକାକରଣ ହେବ। ପ୍ରତି ପ୍ରର୍ଯ୍ୟାୟରେ ୨ ଶହ ଜଣଙ୍କୁ ଟିକା ଦିଆଯିବ। ସେହିପରି ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ଲାଗି ଦୁଇଟି ପର୍ଯ୍ୟାୟ କରାଯିବ। ପ୍ରତି ପର୍ଯ୍ୟାୟରେ ଶହେ ଜଣ ଲେଖାଏ ଲୋକଙ୍କୁ ଟିକା ଦିଆଯିବ।

କରୋନାକୁ ମାତ୍ ଦେବାକୁ ବ୍ୟାପକ ଟିକାକରଣର ପ୍ରଥମ ଦିନ ସୁରୁଖୁରୁରେ ଟିକାକରଣ ଶେଷ ହୋଇଛି। ରବିବାର ସତ୍ତ୍ୱେ ଆଜି କଟକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଆସନ୍ତାକାଲିଠାରୁ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ହୋଇଥିବାରୁ ତାକୁ କିଭଳି ସଫଳତାର ସହ ସଂପନ୍ନ କରାଯିବ ସେ ନେଇ ସମସ୍ତ ମେଡିକାଲ୍ ଅଫିସର୍, ସିଡିଏମ୍ଓ  ଏବଂ ସିଏମସି କମିସନରଙ୍କ ସହ ଆଲୋଚନା କରିଛନ୍ତି କଟକ ଜିଲ୍ଲାପାଳ।

ପ୍ରତି କେନ୍ଦ୍ରରେ ୨୦୦ ଜଣଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ। ସେହିପରି ପ୍ରତି ସେସନ୍ ସାଇଟରେ ଦୁଇ ଜଣ ଭ୍ୟାକ୍ସିନେଟର୍ ଓ ୪ ଜଣ ଟିକାକରଣ ଅଫିସରଙ୍କୁ ନିୟୋଜିତ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ମଧ୍ୟ ଦୁଇଟି ସେସନ୍ କରାଯିବ। ପ୍ରତି ସେସନରେ ୧୦୦ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜିଲ୍ଲା ଅଧିକାରୀମାନଙ୍କଠାରୁ ମାଇକ୍ରୋ ପ୍ଲାନ୍ ମଗାଯାଇଛି।

Leave A Reply

Your email address will not be published.