୧୧ ରାଜ୍ୟର ୧ ଲକ୍ଷ ୯୧ ହଜାର ୧୮୧ ଜଣ କରୋନା ଯୋଦ୍ଧା ନେଲେ ଟିକା

0

ନୂଆଦିଲ୍ଲୀ, ୧୬।୧: ଶନିବାର ସାରା ଦେଶରେ ମୋଟ ୧ ଲକ୍ଷ ୯୧ ହଜାର ୧୮୧ ଜଣ କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଛି। ଆଜିଠୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି। ଦେଶର ୧୬,୭୫୫ଟି କେନ୍ଦ୍ରରେ ଆଜି ଟିକାକରଣ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୧୧ଟି ରାଜ୍ୟରେ ଉଭୟ କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଦିଆଯାଇଛି। ଦିଲ୍ଲୀ ସମେତ ଆସାମ, ବିହାର, ହରିଆଣା, କର୍ଣ୍ଣାଟକ, ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ଟିକାକରଣ ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଫିସରୁ ଟିକାକରଣ ଉପରେ ନଜର ରଖିଥିଲେ। ସେ ସାରା ଦେଶରେ ଟିକାକରଣ କେନ୍ଦ୍ରରୁ ରିଅଲ-ଟାଇମ ଆଧାରରେ ଅପଡେଟ୍ ମଧ୍ୟ ନେଇ

 

Leave A Reply

Your email address will not be published.