ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ଟ୍ରାଫିକ୍‌ କଟକଣା ଲାଗୁ

ଚିହ୍ନଟ ହେଲା ନୋ ପାର୍କିଂ ଜୋନ୍

ପୁରୀ,୧୨/୬: ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ ହେବ ଜୁନ୍‌ ୧୩ ତାରିଖ ରାତି ୧୨ଟାରୁ ଏହି କଟକଣା ଲାଗୁ ରହିବ ସ୍ନାନବେଦୀରୁ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌ କଟକଣା ବଳବତ୍ତର ରହିବ ମରିଚିକୋଟ ଛକରୁ ଦୋଳବେଦୀ ଓ ମରିଚିକୋଟରୁ ଜଗାବଳିଆ ଲଜ୍‌ ଇଲାକାକୁ ନୋ- ପାର୍କିଂ ଜୋନ୍‌ଚିହ୍ନଟ କରାଯାଇଛିସ୍ନାନଯାତ୍ରା ଟ୍ରାଫିକ୍‌ ବ୍ୟବସ୍ଥାରେ ଦୁଇଚକିଆ, ଚାରିଚକିଆ, ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌, ଭୁବନେଶ୍ୱରରୁ ଆସୁଥିବା ବସ୍‌ ମାଲିକ ସଂଘର ଘରୋଇ ବସ୍‌ଗୁଡ଼ିକ ପାଇଁ ଟ୍ରାଫିକ୍‌ ରୁଟ ନିର୍ଦ୍ଧାରଣ କରାଯାଇଛି

ବସଷ୍ଟାଣ୍ଡକୁ ଆସୁଥିବା ଘରୋଇ ବସ୍‌ ସଂଘର ଯାତ୍ରୀବାହୀ ବସ୍‌ଗୁଡିକ ନିୟମିତ ଶରଧାବାଲି ବସଷ୍ଟାଣ୍ଡରେ ପାର୍କିଂ କରିବେଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌ଗୁଡ଼ିକ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ ମେଡିକାଲ ଛକରୁ ଅଟୋଗୁଡ଼ିକ ବଡ଼ଦାଣ୍ଡ ଆଗକୁ ଛଡ଼ାଯିବ ନାହିଁ । ଟାଉନ ବସ୍‌ ବି ମେଡିକାଲ ଛକରୁ ଆଗକୁ ଯିବନାହିଁ ପୁରୀକୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମେଡିକାଲ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ପାର୍କିଂ କରାଯିବ

ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକ ଅଠରନଳାରୁ ମେଡିକାଲ ଛକ ଦେଇ ମାର୍କେଟ ଛକ ପାର୍କିଂରେ ରହିବେ ଏହି ସ୍ଥାନ ଭରିଗଲେ ଅଠରନଳାରୁ ମେଡିକାଲ ଛକ ଦେଇ ଶରଧାବାଲି ଦିଗକୁ ଯାଇ ପାର୍କିଂ କରିବେ କୋଣାର୍କ ଦିଗରୁ ଆସୁଥିବା ଚାରିଚକିଆଗୁଡ଼ିକ ଆଇଟିଆଇ ପାଖରେ ପାର୍କିଂ କରିବେ ଏହି ଇଲାକା ଭରିଗଲେ ବ୍ଳୁଫ୍ଲାଗ୍‌ ବିଚ୍‌ ଦିଗରେ ପାର୍କିଂ କରାଯିବ

ବ୍ରହ୍ମଗିରି ଦିଗରୁ ଆସୁଥିବା ଚାରି ଚକିଆ ଯାନ ଜଟିଆ ବାବାଜୀ ଛକରୁ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଯିବେ ପରେ ଚାରିଚକିଆ ଯାନ ଶରଧାବାଲିରେ ପାର୍କିଂ କରିବେ, ଏହି ସ୍ଥାନ ଭରିଗଲେ ମଙ୍ଗଳାଘାଟରୁ ଷ୍ଟର୍ଲିଂ ରିସର୍ଟ ବାଇପାସ ଦେଇ ଦେଇ ସମୁଦ୍ର କୂଳ ଯାତ୍ରୀକାରେ ପାର୍କିଂ କରିବେ ଯାତ୍ରୀକା ଷ୍ଟାଣ୍ଡ ଭରିଗଲେ ସମୁଦ୍ର କୂଳରୁ ଦିଗବାରେଣୀ ପାର୍କିଂ ପର୍ଯ୍ୟନ୍ତ ଚାରି ଚକିଆ ପାର୍କିଂ କରାଯିବ ଯାତ୍ରୀକା ଷ୍ଟାଣ୍ଡରୁ ଟାଉନ୍‌ବସ୍‌ରେ ଭିଆଇପି ରୋଡ ଦେଇ ଲୋକମାନେ ବଡ଼ଦାଣ୍ଡକୁ ଆସିବେ ମେଡିକାଲ ଛକ ପର୍ଯ୍ୟନ୍ତ ଟାଉନ୍‌ ବସ୍‌ରେ ଯାତ୍ରୀକା ପାର୍କିଂର ଲୋକେ ଆସିପାରିବେ ପଥଚାରୀଙ୍କ ଯାତାୟାତର କୌଣସି କଟକଣା ରହିବ ନାହିଁ ଏଭଳି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି ପରିସ୍ଥିତିକୁ ଦେଖି ସାମାନ୍ୟ ପରିବର୍ତ୍ତନ ବି ହୋଇପାରେ ବୋଲି ସୂଚନା ମିଳିଛି

Comments are closed.