ଆଇପିଏସ୍ ସ୍ତରରେ ଅଦଳବଦଳ: ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଦାୟିତ୍ବ

ଭୁବନେଶ୍ବର, ୯।୬: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ପଦରେ ନିଯୁକ୍ତି ମିଳିଛି। ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜି ଦାୟିତ୍ୱ ମିଳିଛି। ସେହିଭଳି ରାଜ୍ୟ ସରକାର ଦୀପକ କୁମାରଙ୍କୁ ଉତ୍ତରାଞ୍ଚଳ ଆଇଜି ଭାବେ ନିଯୁକ୍ତି ଦେଇଥିବା ବେଳେ ରାଜକିଶୋର ପାଇକରାୟଙ୍କୁ ଦେବଗଡ଼ ଏସ୍‌ପି ଓ ଡି.ପି ତ୍ରିପାଠୀଙ୍କୁ କଟକ ରେଳବାଇ ଏସ୍‌ପି ଭାବରେ ଅବସ୍ଥାପିତ କରିଛନ୍ତି।

Comments are closed.