ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଉଡ଼ିଲା ଦୁଇ ବଡ଼ ଗଣମାଧ୍ୟମ ଅଫିସ୍‌

ଜେରୁସେଲମ: ଗାଜାପଟିରୁ ସ୍ରାଏଲ ଉପରେ ରକେଟ ମାଡ଼ ହେବା ପରେ ଗୋଟିଏ ପରେ ଗୋଟିଏ ଭୟଙ୍କର ପ୍ରତିଆକ୍ରମଣ କରୁଛି ଇସ୍ରାଏଲ। ଆଜି ଗାଜାରେ ଥିବା ଏକ ଉଚ୍ଚ ଅଟ୍ଟାଳିକ ରକେଟ୍‌ ମାରି ଉଡ଼ାଇ ଦେଇଛି ଇସ୍ରାଏଲ। ଏହି ବିଲ୍‌ଡିଂରେ ବଡ଼ ବଡ଼ ଗଣଣାଧ୍ୟମମ ଏଜେନ୍ସି ଅଲ୍‌ଜଜିରା ଓ ଆସୋସିଏଟ୍‌ ପ୍ରେସ୍‌ର ଅଫିସ ମଧ୍ୟ ଥିଲା। ହାମାସ ସହିତ ଯୁଦ୍ଧ ଚାଲିଥିବା ଘଟଣାସ୍ଥଳରୁ ରିପୋର୍ଟିଂକୁ ବନ୍ଦ କରିବାକୁ ଇସ୍ରାଏଲ୍ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି। ରକେଟ୍ ମାଡ଼ କରି ଏହି ଦୁଇ ଗଣମାଧ୍ୟମ ଅଫିସ୍ ଉଡ଼ାଇ ଦେଇଛି ଇସ୍ରାଏଲ। ଅଫିସ ବିଲ୍‌ଡିଂ ଉଡ଼ିବା ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରିଛି ଅଲ୍‌ଜଜିରା ନ୍ୟୁଜ୍ ଚ୍ୟାନେଲ।

ତେବେ ରକେଟ ମାଡ଼ା କରିବାର ଘଣ୍ଟାକ ପୂର୍ବରୁ ବିଲ୍‌ଡିଂ ଖାଲି କରିବାକୁ କୁହାଯାଇଥିଲା। ଏହାପରେ ୧୨ ମହଲା ବିଶିଷ୍ଟ ଏହି ବିଲ୍‌ଡିଂକୁ ବୋମା ପକାଇ ଉଡ଼ାଇ ଦେଇଥିଲା ଇସ୍ରାଏଲ। ସେହି ବିଲ୍‌ଡିଂରେ ମିଡିଆ ଅଫିସ୍‌ ରହିବା ସହିତ ଅନ୍ୟାନ୍ୟ ଅଫିସ୍‌  ଓ ଲୋକମାନଙ୍କ ଘର ବି ରହିଥିଲା। ତେବେ କାହିଁକି ଏହି ବିଲ୍‌ଡିଂକୁ ଆକ୍ରମଣ କରାଗଲା ସେନେଇ ଇସ୍ରାଏଲ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।

Comments are closed.