ଜୁନ୍‌ ୧୫ ଯାଏ ଜଗା ଦର୍ଶନ ବନ୍ଦ

ପୁରୀ, ୧୬।୫: ଜୁନ୍‌ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ।  ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ କୋରନାର ଦ୍ୱିତୀୟ ଲହରୀର ପ୍ରକୋପ ବଢ଼ିଚାଲିଥିବ‌ା ବେଳେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଅଧିକ ରହୁଛି । ପୂର୍ବରୁ ଏଥିପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା। ମେ ୧୫ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଥିଲା। ଏହାକୁ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେବଳ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ନୀତିକାନ୍ତି କରାଯିବ।

ଶ୍ରୀମନ୍ଦିରରେ କିଛି ସେବାୟତ ସଂକ୍ରମିତ ହୋଇଛନ୍ତି । ଏହା ସହ ସେବାୟତଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ୍‌ ଟିକା ପ୍ରଦାନ କରାଯାଉଛି । ଆଗକୁ ରଥାଯାତ୍ରା ରହିଛି। ଏବେ ଚନ୍ଦନ ଯାତ୍ରା ଚାଲିଛି। ବିନାଭକ୍ତରେ ଚନ୍ଦନ ଯାତ୍ରା କରାଯାଉଛି । ପୂର୍ବ ବର୍ଷ ବିନା ଭକ୍ତରେ ରଥଯାତ୍ରା କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ପ୍ରାୟ ସେହିପରି କରାଯାଇ ପାରେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିପାରେ ।

 

Comments are closed.