କରୋନା ସମୟରେ ବିକ୍ଷୋଭ କରି ୩ ବିଧାୟକ ଗିରଫ

0

କୋଲକାତା, ୧୬।୫: ଲକଡାଉନ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରବିବାର ଦିନ ପଶ୍ଚିମବଙ୍ଗର ସିଲିଗୁରିରେ ତିନିଜଣ ବିଧାୟକଙ୍କୁ ଗିରଫ କରାଯାଇଥିଲା ତେବେ ପରେ ଏହି ତିନିଜଣଙ୍କୁ ମୁକ୍ତ କରି ଦିଆଯାଇଛି। ଏହି ତିନିଜଣ ବିଧାୟକ ହେଲେ; ଶଙ୍କର ଘୋଷ, ଆନନ୍ଦମୟ ବର୍ମନ୍ ଶିଖା ଚାଟୋପାଧ୍ୟାୟ କରୋନା ମୃତ୍ୟୁକୁ ନେଇ ଉତ୍ତର ବଙ୍ଗଳାରେ ରାଜ୍ୟ ସରକାରଙ୍କ ବିରୋଧରେ ତିନିଜଣ ବିରୋଧ ପ୍ରଦର୍ଶନ କରିଥିଲେ। ପୁଲିସ ଅଧିକାରୀ କହିଛନ୍ତି, ତିନିଜଣ ବିଧାୟକଙ୍କୁ କିଛି ଘଣ୍ଟା ପରେ ହାଜତରୁ ମୁକ୍ତ କରାଯାଇଛି। ସିଲିଗୁରିର ସଫଦର ହାସାମି ଚକ୍ରରେ ବିରୋଧ କରିବା ପରେ ବିଧାୟକମାନଙ୍କୁ ଗିରଫ କରାଯାଇଥିଲା ତେବେ ପ୍ରଦର୍ଶନ ସମୟରେ ସେମାନେ ସମସ୍ତ କୋଭିଡ ପ୍ରୋଟୋକଲ ଅନୁସରଣ କରୁଛନ୍ତି ଏବଂ ସେମାନଙ୍କ ଚାରିପାଖରେ ଭିଡ଼ ନାହିଁ ବୋଲି ସେ ଦାବି କରିଛନ୍ତି ।

ବିଜେପି ଉପରେ ଆକ୍ରମଣ କରି ବରିଷ୍ଠ ତୃମମୁଳ ନେତା ଗୌତମ କହିଛନ୍ତି,ଏହି ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ସେମାନେ ଲକଡାଉନ୍ ଭଳି ଏକ ସମୟରେ ବିରୋଧ ପ୍ରଦର୍ଶନ କରି ସାଧାରଣ ଲୋକଙ୍କ ଜୀବନ ସଙ୍କଟାପନ୍ନ କରୁଛନ୍ତି। ସେ କହିଛନ୍ତି, ଲୋକମାନେ ବିଜେପି ନେତାଙ୍କ ପ୍ରକୃତ ଚେହେରା ଦେଖିବା ଉଚିତ୍। ଭୂତାଣୁ ସଂକ୍ରମଣକୁ ନେଇ ସେମାନେ ଚିନ୍ତିତ ନୁହନ୍ତିସେ ଆହୁରି ମଧ୍ୟ କହିଛନ୍ତି, ଏହି ନେତାମାନେ କେବଳ ସଙ୍କଟ ପରିସ୍ଥିତିକୁ ନେଇ ରାଜନୀତି କରିବାରେ ବିଶ୍ୱାସ କରନ୍ତି । ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ରବିବାର ଦିନ ବଙ୍ଗଳାରେ ୧୫ ଦିନିଆ ଲକଡାଉନ୍ ଲାଗୁ କରାଯାଇଛି । କରୋନା ବିସ୍ତାରକୁ ରୋକିବା ପାଇଁ ସରକାର ଅନେକ କଠୋର ପଦକ୍ଷେପ ନେଇଛନ୍ତି ।  

Leave A Reply

Your email address will not be published.