ବାତ୍ୟା ଯୋଗୁଁ ବନ୍ଦ ହେଲା ମୁମ୍ବାଇ ଓ ସୁରତ ଏୟାରପୋର୍ଟ

0

ନୂଆଦିଲ୍ଲୀ,୧୭।୫: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ବାତ୍ୟା ‘ତାଉତେ’ଯୋଗୁଁ ସୋମବାର ମୁମ୍ବାଇରେ ଘଣ୍ଟା ପ୍ରତି ୧୧୪ କିଲୋମିଟର ବେଗରେ ପବନ ବହିଛି। ଦିନସାରା ପ୍ରବଳ ବର୍ଷା ଓ ପବନ l ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମ୍‌ସି) ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳର ଆଫଗାନ ଚର୍ଚ୍ଚରେ ଥିବା ପାଣିପାଗ ବିଭାଗର କେନ୍ଦ୍ର ଘଣ୍ଟା ପ୍ରତି ପବନର ବେଗ ୧୧୪ କିଲୋମିଟର ରେକର୍ଡ କରିଛି। ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ବାତ୍ୟାକୁ ଦେଖି ଅପରାହ୍ନରେ ମୁମ୍ବାଇ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଥିଲା। ସେଭଳି ସୁରଟ ଏୟାରପୋର୍ଟକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ, ଆଜି ରାତି ୮ ରୁ ୧୧ଟା ମଧ୍ୟରେ ଏହା ଗୁଜୁରାଟ ଉପକୂଳରେ ମାଡ଼ ହୋଇପାରେ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ପବନ ବହିବା ଆରମ୍ଭ ହୋଇଯାଇଛି। ଉଦ୍ଧବ ଠାକରେଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତିl ଅନ୍ୟାପକ୍ଷେ ବାତ୍ୟା ପ୍ରଭାବରେ କର୍ଣ୍ଣାଟକର ୧୨୧ଟି ଗାଁ ପ୍ରଭାବିତ ହୋଇଛି।

ସୂତ୍ରରୁ ମିଳିଥିବା ଖବର ଅନୁସାରେ,ଉପକୂଳବର୍ତ୍ତୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସୃଷ୍ଟି ହେଉଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ର, ଗୁଜୁରାଟ ଏବଂ ଗୋଆର ମୁଖ୍ୟମନ୍ତ୍ରୀଙ୍କ କଥା ହୋଇଛନ୍ତିl ଏହା ବ୍ୟତୀତ ଦାମନ ଏବଂ ଡିଉର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ଆଲୋଚନା କରି ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।

 

Leave A Reply

Your email address will not be published.