ସମ୍‌ ଅଲ୍ଟିମେଟରେ ଅତ୍ୟାଧୁନିକ ଇୟୁଏସ୍‌ ଅସ୍ତ୍ରୋପଚାର

0

ଭୁବନେଶ୍ୱର, ୨୫/୩ : ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍‌ ଅଲ୍‌ଟ୍ରାସାଉଣ୍ଡ (ଇୟୁଏସ୍‌) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା ହୋଇଥିବା ତରଳ ପଦାର୍ଥ ବାହାର କରିପାରିଛନ୍ତି । ଏଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତି ଦେଶର ମାତ୍ର ଅଳ୍ପ କେତେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ରହିଛି ।

ଏ ସମ୍ପର୍କରେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହ କହିଛନ୍ତି ଯେ, ଏହି ଇୟୁଏସ୍‌ ଦ୍ୱାରା ସିଷ୍ଟୋଗ୍ୟାଷ୍ଟ୍ରୋଷ୍ଟୋମୀ ଅସ୍ତ୍ରୋପଚାର ପଦ୍ଧତି ଅଧିକ ସହଜ ହୋଇପାରିଛି । ପାରମ୍ପରିକ ଅସ୍ତ୍ରୋପଚାର ପଦ୍ଧତି ଦ୍ୱାରା ଶରୀରର ଯେଉଁ ଅଙ୍ଗଗୁଡ଼ିକ ଅନୁଧ୍ୟାନ କରିବା ସହଜ ହେଉ ନ ଥିଲା ଇୟୁଏସ୍‌ ଦ୍ୱାରା ତାହା ସହଜରେ ହୋଇପାରୁଛି । ଏହି ପଦ୍ଧତି ଅପେକ୍ଷାକୃତ ଅଧିକ ସୁରକ୍ଷିତ । ଏଥିରେ କମ୍‌ ରକ୍ତସାବ ହେବା ସହ ସଂକ୍ରମଣର ଆଶଙ୍କା ମଧ୍ୟ କମ୍‌ ଥାଏ । ପାରମ୍ପରିକ ଅସ୍ତ୍ରୋପଚାର ଅପେକ୍ଷା ଏହି ପଦ୍ଧତିରେ ରୋଗୀ ଅଧିକ ଶୀଘ୍ର ସୁସ୍ଥ ହୋଇଥାଏ ବୋଲି ଡାକ୍ତର ସିଂହ କହିଛନ୍ତି ।

ସୁନ୍ଦରଗଡରୁ ଆସିଥିବା ସମ୍ପୃକ୍ତ ରୋଗୀଙ୍କ ତଳିପେଟରେ ଯନ୍ତ୍ରଣା ହେବା ସହ ପେଟ ଫୁଲିଯାଇଥିଲା ଓ ବାନ୍ତି ହେଉଥିଲା । ତାଙ୍କ ପେଟରେ ଜମିଥିବା ୨ ହଜାର ମିଲିଲିଟର ତରଳ ପଦାର୍ଥକୁ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତିରେ ବାହାର କରି ମାତ୍ର ୨୪ ଘଂଟା ମଧ୍ୟରେ ୧୫୦ ମିଲିଲିଟରକୁ ହ୍ରାସ କରାଯାଇପାରିଥିଲା ବୋଲି ସମ୍‌ ଅଲ୍ଟିମେଟର ଭିଜିଟିଙ୍ଗ କନ୍‌ସଲଟାଂଟ ଡାକ୍ତର ଜିମି ନାରାୟଣ ପ୍ରକାଶ କରିଛନ୍ତି । ଅସ୍ତ୍ରୋପଚାରର ପରଦିନ ସମ୍ପୃ୍‌କ୍ତ ରୋଗୀ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

Leave A Reply

Your email address will not be published.