ଆଉ ୨୨ ଜିଲ୍ଲାକୁ ସଂପ୍ରସାରିତ ହେଲା ୧୮-୪୪ ବର୍ଗଙ୍କ ଟିକାକରଣ

0

ଭୁବନେଶ୍ବର, ୬।୬: ରାଜ୍ୟରେ ଆଉ ୨୨ଟି ଜିଲ୍ଲାକୁ ୧୮-୪୪ ବର୍ଗଙ୍କ ଟିକାକରଣକୁ ବଢ଼ାଇ ଦିଆଯାଇଛି। ଚଳିତ ଜୁନ ମାସରେ ଏହି ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ, ମ୍ୟୁନିସିପାଲଟି/ ଏନଏସିରେ ଟିକାକରଣ କରାଯିବ। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ଏବେ ୫ଟି ନଗର ନିଗମ ଓ ୬ଟି ଜିଲ୍ଲାରେ ୧୮-୪୪ ବର୍ଗର ଟିକାକରଣ ଜାରି ରହିଛି। ରାଜ୍ୟ ସରକାରଙ୍କୁ ଚଳିତ ଜୁନ ମାସରେ ସେରମ ଇନଷ୍ଟିଚ୍ୟୁଟରୁ ୬ ଲକ୍ଷ ୪୫ ହଜାର ୭୯୦ ଡୋଜର ଟିକା ୩ଟି ପର୍ଯ୍ୟାୟରେ ମିଳିବ। ଏହି ଟିକାକୁ ଜିଲ୍ଲା ସ୍ତରରେ ହିତାଧିକାରୀଙ୍କ ସଂଖ୍ୟା ଅନୁଯାୟୀ ବଣ୍ଟାଯିବ। ଏସବୁ ଜିଲ୍ଲାଗୁଡ଼ିକରେ ରହିଥିବା ୧୮-୪୪ ବର୍ଗର ବିଦେଶ ଯିବାକୁ ଚାହୁଥିବା ଛାତ୍ରଛାତ୍ରୀ ଓ ଆଥଲେଟମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.