ପୁନେ ଏସ୍‌ଭିଏସ୍‌ ଆକ୍ବା ଟେକ୍ନୋଲୋଜି କମ୍ପାନିରେ ନିଆଁ, ୧୨ ମୃତ

ମୁମ୍ବାଇ, ୭।୬: ମହାରାଷ୍ଟ୍ର ପୁନେର ଘୋଟୱାଡେ ଫାଟା ଅଞ୍ଚଳରେ ଥିବା ଏକ ରସାୟନ କମ୍ପାନିରେ ଭୟଙ୍କର ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ୧୨ ଲୋକଙ୍କର ମୃତ୍ୟୁ ହୋଇଥିବା ଅନେକ ଗୁରୁତର ଆହତ ହୋଇଛନ୍ତି। ସେହିପରି କମ୍ପାନିରେ କାମ କରୁଥିବା ଅନେକ କର୍ମଚାରୀଙ୍କ ପତ୍ତା ମିଳିନାହିଁ। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖବର ସରବରାହ ସଂସ୍ଥା ଏଏନ୍‌ଆଇର ସୂଚନା ଅନୁସାରେ କମ୍ପାନିରେ କାର୍ଯ୍ୟରତ ଥିବା ୩୭ କର୍ମଚାରୀଙ୍କ ମଧ୍ୟରୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୦ ଜଣ ଏବେ ବି ନିଖୋଜ୍ ଅଛନ୍ତି ବୋଲି ଅଗ୍ନିଶମବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଡିଆ ରିପୋର୍ଟ ଅନୁସାରେ, ଏସ୍‌ଭିଏସ୍‌ ଆକ୍ବା ଟେକ୍ନୋଲୋଜି କମ୍ପାନିରେ ନିଆଁ ଲାଗିଛି। ଏହା ଏକ ସାନିଟାଇଜର କମ୍ପାନି। ରସାୟନ ଫ୍ୟାକ୍‌ଟ୍ରି ହୋଇଥିବାରୁ ନିଆଁ ଲିଭାରେ ସମସ୍ୟା ଦେଖାଯାଉଛି। ଏବେ ବି ଅନେକ ଲୋକ ନିଖୋଜ୍‌ ଥିବା କୁହାଯାଉଛି।

Comments are closed.