ମୋଦିଙ୍କ ବଡ଼ ଘୋଷଣା: ଟିକାକରଣକୁ ଆଉ ୨ରୁ ୩ ସପ୍ତାହ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଏବେ ଏକ ବଡ଼ ଖବର ସାମ୍‌ନାକୁ ଆସିଛି। କରୋନା ଟିକା ପାଇଁ ଦେଶବାସୀଙ୍କୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଉ ମାତ୍ର ୨ କି ୩ ସପ୍ତାହ ମଧ୍ୟରେ ଦେଶରେ ଏହି ଟିକା ଉପଲବ୍ଧ ହେବ। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକ ପ‌ରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି କଥା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଜ୍ଞାନିକମାନେ ଏହାକୁ ଅନୁମୋଦନ ଦେବା କ୍ଷଣି ଦେଶରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି ମୋଦି କହିଛନ୍ତି          ।

ଆଜି ଦେଶରେ କରୋନା ସଂକ୍ରମଣ ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ସଚିବ ଆଉ ଏକ ବଡ଼ ଘୋଷଣା କରିଥିଲେ। କରୋନା ଟିକା ଆସିବା ପରେ ପ୍ରଥମେ ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ପ୍ରାୟ ଦୁଇ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀ ଯଥା ପୁଲିସ, ସଶସ୍ତ୍ରବାହିନୀ ଓ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ସହ ପରେ ୨୭ କୋଟି ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦାବାଦ, ହାଇଦ୍ରାବାଦ ଓ ପୁନେର ଫାର୍ମାସ୍ୟୁଟିକାଲ୍‌ କମ୍ପାନି ଗସ୍ତକରି ସେଠାରେ କରୋନା ଟିକା ବିକାଶ କାର୍ଯ୍ୟର ସମୀକ୍ଷା କରି ଫେରିବା ପରେ ଆଜି ଏହି ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିଲା। ଯେଉଁଠାରେ ଦେଶରେ କୋଭିଡ୍‌-୧୯ ଟିକାର ବଣ୍ଟନ ନେଇ ସବିଶେଷ ଆଲୋଚନା କରାଯାଇଥିଲା।

 

Comments are closed.