ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍

0

ନୂଆଦିଲ୍ଲୀ, ୨୦/୯: ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ଆଜି ନୂଆ ସଂସଦ ଭବନରେ ଅନୁଷ୍ଠିତ ହୋଇଛି। ଲୋକସଭା ଓ ବିଧାନ ପରିଷଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଜି ଲୋକସଭାରେ ଏକ ବିଲ୍ ଆଗତ ହୋଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍ ଆଗତ କରି କହିଥିଲେ ଯେ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଂରକ୍ଷଣ ବିଲ୍କୁ ନାରୀ ଶକ୍ତି ବନ୍ଦନା ଆଇନ ନାମରେ ନାମିତ କରିଛନ୍ତି। ଏହି ବିଲ୍ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଲୋକସଭାରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବ ବୋଲି ସେ କହିଛନ୍ତି।

ଆସନ୍ତା କାଲି ଅର୍ଥାତ ବୁଧବାର ଏହି ବିଲକୁ ନେଇ ବିତର୍କ ହେବ । ଏହା ପରେ ଏହାକୁ ଗୃହୀତ କରାଯିବ । କଂଗ୍ରେସ ମଧ୍ୟ ଏହି ବିଲକୁ ସମର୍ଥନ କରୁଥିବାରୁ ଏହି ବିଲ୍ ଗୃହୀତ ହେବା କଷ୍ଟକର ହେବ ନାହିଁ । ତେବେ ଓବିସି ମହିଳାଙ୍କୁ ବି ସଂରକ୍ଷଣ ହେବାକୁ କଂଗ୍ରେସ ଦାବି କରିଛି ।

ବିଏସପି ସୁପ୍ରିମୋ ମାୟାବତୀ ଏହି ବିଲକୁ ସ୍ୱାଗତ କରି କହିଛନ୍ତି ଯେ ଏହି ବିଲ୍ ଦୀର୍ଘ ଦିନ ଧରି ଅଟକି ରହିଥିଲା । ଯଦି ମହିଳାଙ୍କୁ ୩୩ ପରିବର୍ତ୍ତେ ୫୦ ପ୍ରତିଶତ ସଂରକ୍ଷଣ ଦିଆଯାଇଥାନ୍ତା, ତେବେ ସେ ଏହାକୁ ସ୍ୱାଗତ କରିଥାନ୍ତେ। ସେପଟେ ଏସପି ପୁଣି ଥରେ କୋଟା ଭିତରେ କୋଟା ଦାବି ଉଠାଇଛନ୍ତି ।

 

 

Leave A Reply

Your email address will not be published.