ଜୋମାଟୋରୁ ଇସ୍ତଫା ଦେଲେ ସହ-ପ୍ରତିଷ୍ଠାତା ଗୁଞ୍ଜନ ପଟିଦାର

ନୂଆଦିଲ୍ଲୀ, ୨।୧: ଅନଲାଇନ୍‌ରେ ଖାଦ୍ୟ ବିତରଣ କରୁଥିବା ଜୋମାଟୋ କମ୍ପାନୀ ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ଗୁଞ୍ଜନ ପଟିଦାର ଆଜି ଇସ୍ତଫା ଦେଇଛନ୍ତି । ତେବେ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି, ସେ ସଂପର୍କରେ କମ୍ପାନୀ  ପକ୍ଷରୁ କିଛି  ସ୍ପଷ୍ଟ କରାଯାଇ ନାହିଁ ।IP

ଜୋମାଟୋର ପ୍ରଥମ କିଛି କର୍ମଚାରୀଙ୍କ ମଧ୍ୟରୁ ପଟିଦାର ଜଣେ ଥିଲେ । ସେ କମ୍ପାନୀ ପାଇଁ ମୁଖ୍ୟ ଟେକନିକାଲ ସିଷ୍ଟମ ନିର୍ମାଣ କରିଥିଲେ। ଗତ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ କମ୍ପାନୀର ପ୍ରମୁଖ ଦାୟିତ୍ୱରେ ଥିଲେ ଏବଂ ଏକ ଲାଭଜନକ ସଂସ୍ଥା ଭାବେ ପ୍ରତିଷ୍ଠା କରିବାରେ ତାଙ୍କର ଉଦ୍ୟମ ବେଶ ଉଲ୍ଲେଖନୀୟ। ନିଜର ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ଗୁଞ୍ଜନ ପଟିଦାର ଗତ ୧୪ ବର୍ଷ ଧରି ଜୋମାଟୋ ସହିତ ଜଡିତ ଥିଲେ। ସେ ଆଇଆଇଟି ଦିଲ୍ଲୀରୁ ସ୍ନାତକ କରିଥିଲେ । ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ମଧ୍ୟ ଏଠାରୁ ଡିଗ୍ରୀ ହାସଲ କରିଥିଲେ ।

ଗତ ବର୍ଷ ନଭେମ୍ବରରେ କମ୍ପାନୀର ଅନ୍ୟ ଜଣେ ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଇସ୍ତଫା ଦେଇଥିଲେ। ସାଢେ ଚାରି ବର୍ଷ ପୂର୍ବେ ଜୋମାଟୋରେ ଯୋଗ ଦେଇଥିବା ଗୁପ୍ତାଙ୍କୁ ଏହାର ଖାଦ୍ୟ ବିତରଣ ବ୍ୟବସାୟର ସିଇଓ ପଦବୀରୁ ପଦୋନ୍ନତି ଦିଆଯାଇ ୨୦୨୦ ରେ ସହ-ପ୍ରତିଷ୍ଠାତା କରାଯାଇଥିଲା ।

Comments are closed.