‘ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ’ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲା ୧୦ ଲକ୍ଷ ଟଙ୍କାର ଅନୁଦାନ

ଭୁବନେଶ୍ବର, ୭।୫: ଆହ୍ଵାନପୂର୍ଣ୍ଣ ସମୟରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ଭାବେ ଜାତୀୟ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନନ୍ୟ ନେତୃତ୍ବ ଓ ଅସାଧାରଣ କୋଭିଡ ପରିଚାଳନା ନୀତି ଯୋଗୁଁ କୋଭିଡ ବିରୋଧୀ ସଂଗ୍ରାମରେ ସମଗ୍ର ଦେଶ ତାଙ୍କୁ ପଥପ୍ରଦର୍ଶକ ରୂପେ ସମ୍ମାନର ସହ ଗ୍ରହଣ କରିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ‘ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହି ସନ୍ଦର୍ଭରେ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ସାହାଣୀ ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲୋକସେବା ଭବନସ୍ଥିତ ତାଙ୍କ ପ୍ରକୋଷ୍ଠରେ ଚେକ୍ ହସ୍ତାନ୍ତର କରିଛନ୍ତି।

Comments are closed.