ଭୁବନେଶ୍ୱର, ୨୫/୨: ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଚନ୍ଦ୍ରଶେଖର ହୋତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଫେବ୍ରୁଆରି ୨୮ ତାରିଖରୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଭାବେ ସେ ଦାୟିତ୍ୱ ଗ୍ରହଣ କରିବେ।
ଏହା ସହିତ ଡ. ହୋତା ସଙ୍ଗୀତ ନାଟକ ଏକାଡେମୀର ସଚିବ ଦାୟିତ୍ୱରେ ମଧ୍ୟ ରହିବେ। ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ। ପୁଲିସ ଚାକିରି କରୁଥିବା ଚନ୍ଦ୍ରଶେଖର ହୋତା ଜଣେ ଉଚ୍ଚକୋଟିର ଲେଖକ। ପ୍ରବନ୍ଧ, ରଚନା ଲେଖନୀଠାରୁ ଆରମ୍ଭ କରି ସ୍ତମ୍ଭ ଲେଖାରେ ମଧ୍ୟ ସେ ବେଶ୍ ନିପୁଣ।
Comments are closed.