ଝାରସୁଗୁଡ଼ା, ୩୧/୭: ଲ୍ୟାବ୍ ଟେଷ୍ଟିଂ ରିପୋର୍ଟରେ ଫେଲ୍ ହେବାରୁ ଝାରସୁଗୁଡ଼ା ଡିଏଚ୍ଏଚ୍ ଝାରସୁଗୁଡ଼ାକୁ ଆସିଥିବା ‘ରାନିଟିଡିନ୍’ ବଟିକାର ଗୋଟିଏ ବ୍ୟାଚ୍କୁ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ପକ୍ଷରୁ ହୋଲ୍ଡ କରାଯାଇଛି। ମେସର୍ସ ବାୟୋଜେନେଟିକ ଡ୍ରଗ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ତିଆରି ହୋଇଥିବା ରାନିଟିଡିନ୍ର ବ୍ୟାଚ୍ ନମ୍ବର ୦୧୦୨୨୪-ବିଜି୧୨୪କୁ ଜିଲ୍ଲାର ସମସ୍ତ ନିରାମୟ କେନ୍ଦ୍ରରେ ହୋଲଡ୍ କରାଯିବା ପାଇଁ ଓଏସ୍ଏମ୍ସିଏଲ୍ ଜିଏମ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୨୦୨୪ ଫେବ୍ରୁଆରି ମାସରେ ତିଆରି ହୋଇଥିବା ଏହି ବ୍ୟାଚ୍ର ଔଷଧ ୨୦୨୬ ଜାନୁଆରି ମାସ ଯାଏ ବୈଧ ରହିଛି। ତେବେ ଏହି ଔଷଧ ମିଳେଇ ଯାଉଥିବା ତଥା ଭାଙ୍ଗି ଯାଉଥିବା ନେଇ ଅଭିଯୋଗ ହେବା ପରେ ଏହାର ପରୀକ୍ଷଣ କରାଯାଇଥିବା ମଧ୍ୟ ଚିଠିରେ ଦର୍ଶାଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା.ପି.ସି.ଦଳାଇଙ୍କୁ ପଚାରିବାରେ, ନିର୍ଦ୍ଧିଷ୍ଟ କୌଣସି ବ୍ୟାଚ୍ର ଔଷଧ ଟେଷ୍ଟିଂରେ ଫେଲ୍ ହେଲେ ତାକୁ ହୋଲଡ୍ କରାଯାଇଥାଏ ଓ ଏହି ଘଟଣାରେ ବି ସେଭଳି କିଛି ହୋଇଥିବ ବୋଲି କହିଛନ୍ତି।
ଓଏସଏମସିଏଲରୁ ଜିଲ୍ଲା ମୁଖ୍ୟାଳୟକୁ ଔଷଧ ସିଧାସଳଖ ଆସିଥାଏ। ଏଠାରୁ କୌଣସି ଔଷଧ ଚୟନ କରାଯାଇ ପରୀକ୍ଷା ପାଇଁ ପଠାଯାଉଥିବା ବେଳେ ଯେଉଁ ଔଷଧ ପରୀକ୍ଷଣରେ ଫେଲ୍ ହୁଏ, ସମଗ୍ର ବ୍ୟାଚ୍ର ଔଷଧକୁ ବ୍ୟାନ କରାଯାଇଥାଏ ବୋଲି ଡା.ଦଳାଇ କହିଛନ୍ତି।
Comments are closed.