ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଘୋଷଣା କଲା ଟାଟା, ଆହତଙ୍କୁ ମାଗଣା ଚିକିତ୍ସା

ନୂଆଦିଲ୍ଲୀ, ୧୨/୬: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ସହୟତା ଘୋଷଣା। ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲା ଟାଟା। ପ୍ରତି ମୃତକଙ୍କ ପରିବାର ପାଇଁ ୧ କୋଟିର ସହାୟତା ରାଶି। କୋଟିଏ ଟଙ୍କା ସହାୟତା ପ୍ରଦାନ କରିବା ନେଇ ଟାଟା ଗ୍ରୁପର ଘୋଷଣା।

ଏନେଇ ଟାଟା ଗ୍ରୁପ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇ କୁହାଯାଇଛି- ଦୁଃଖଦ ଘଟଣା ପାଇଁ ଆମେ ଗଭୀର ମର୍ମାହତ। ଏହି ମୁହୂର୍ତ୍ତରେ ଆମେ ଯେଉଁ ଦୁଃଖ ଅନୁଭବ କରୁଛୁ ତାହା କୌଣସି ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ଟାଟା ଗ୍ରୁପ୍ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିବ। ଆମେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବୁ ଏବଂ ବି.ଜେ ମେଡିକାଲ ହଷ୍ଟେଲ ନିର୍ମାଣରେ ସହାୟତା ପ୍ରଦାନ କରିବୁ।

 

Comments are closed.