ରାଜ୍ୟରେ ଖାଲିପଡ଼ିଛି ୧୯୭୫ଟି ଡାକ୍ତର ପଦବୀ

ଭୁବନେଶ୍ବର, ୨୫।୭: ରାଜ୍ୟରେ ବର୍ତ୍ତମାନ ୧୯୭୫ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ୧୩୫୧ ବିଶେଷଜ୍ଞ ପଦବୀ ବି ଖାଲିପଡ଼ିଛି। ଯେଉଁଥିରେ ସର୍ବାଧିକ ୩୬୧ ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବା ବେଳେ ୨୭୦ ମେଡିସିନ ବିଭାଗ ବିଶେଷଜ୍ଞ ଏବଂ ୨୬୧ଟି ଅସ୍ତ୍ରୋପଚାର ବିଭାଗର ପଦବୀ ଖାଲି ପଡ଼ିଛି

ରାଜ୍ୟର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୮୭୫୦ ସେଥିମଧ୍ୟରୁ ବିଭିନ୍ନ ବର୍ଗର ୬୭୭୫ ଜଣ ନିୟମିତ ଡାକ୍ତର କାର୍ଯ୍ୟରତ ରହିଛନ୍ତି।  ଏହି ଖାଲିଥିବା ପଦବୀଗୁଡ଼ିକରେ ୩୫ଜଣ ଡାକ୍ତରଙ୍କୁ ଆଡହକ ନିଯୁକ୍ତି ଦିଆଯାଇଥିବା ବେଳେ ୧୦୫୪ ଜଣ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ ୩ ଜଣ ଡାକ୍ତରଙ୍କୁ କର୍ପସ ଫଣ୍ଡ, ୭୮ ଜଣ ଡାକ୍ତରଙ୍କୁ ଡିଏମଇ ଫଣ୍ଡ ମାଧ୍ୟମରେ ଏବଂ ୧୦୨ ଜଣ ଡାକ୍ତରଙ୍କୁ ପୋଷ୍ଟ ପିଜି ବଣ୍ଡରେ ନିଯୁକ୍ତି ଦିଆଯାଇଛି।  ବିଧାନସଭାରେ ବିଜେଡ଼ି ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି  ଲିଖିତ ଉତ୍ତର ରଖିଛନ୍ତି।

Comments are closed.