ୟୁଏଇର ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କଲେ ମୋଦୀ

୭୦୦ କୋଟି ବ୍ୟୟରେ ୨୭ ଏକର ପରିମିତ ଅଞ୍ଚଳରେ ନିର୍ମିତ

0

ଆବୁଧାବି, ୧୪/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସ୍ୱାମୀନାରାୟଣ ସଂପ୍ରଦାୟର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଘାଟନ କରିଛନ୍ତି। ହାଲୁକା ଗୋଲାପୀ ରଙ୍ଗର ରେଶମ କୁର୍ତ୍ତା ପାଇଜାମା ଓ ନଡ଼ା ପିନ୍ଧି ମନ୍ଦିର ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ।

ଏହି ଅବସରରେ ବିଶ୍ୱବ୍ୟାପୀ ଥିବା ସ୍ୱାମୀନାରାୟଣ ସମ୍ପ୍ରଦାୟର ୧୨୦୦ରୁ ଅଧିକ ମନ୍ଦିରରେ ଏକ ସମୟରେ ଆରତି ଅନୁଷ୍ଠିତ ହୋଇଥିଲା । ଏହି ଆରତିରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ । ଏହା ପୂର୍ବରୁ ମୋଦୀ ଏଠାରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣରେ ଯୋଗଦାନ ଦେଇଥିବା ବିଭିନ୍ନ ସମ୍ପ୍ରଦାୟର ସଦସ୍ୟଙ୍କୁ ଭେଟିଥିଲେ।

ଦୁବାଇ-ଆବୁଧାବି ଶେଖ୍ ଜାଏଦ ରାଜପଥର ଅଲ୍ ରହବା ନିକଟରେ ୨୭ ଏକର ପରିମିତ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିରର ଉଦଘାଟନ ପ୍ରକ୍ରିୟାର ଶୁଭାରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ଦିରରେ କୃତ୍ରିମ ଭାବେ ନିର୍ମିତ ଗଙ୍ଗା ଓ ଯମୁନା ନଦୀରେ ଜଳ ଅର୍ପଣ କରିଥିଲେ। ମନ୍ଦିର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସ୍ଥାପତ୍ୟ ଓ ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ପ୍ରାଚୀନ ଶୈଳୀର ନିର୍ମାଣ ଅନୁଯାୟୀ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି।

 

Leave A Reply

Your email address will not be published.