ଭାରତକୁ ଆସିଥିବା ୨ ଦକ୍ଷିଣ ଆଫ୍ରିକୀୟ କରୋନା ପଜିଟିଭ୍‌: ଓମିକ୍ରନ ପ୍ରଜାତି କି ନୁହେଁ ପରୀକ୍ଷା ପରେ ଜଣାପଡ଼ିବ

0

ବେଙ୍ଗାଲୁରୁ, ୨୭।୧୧: ଭାରତରେ କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। କାରଣ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଶରୀରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓମିକ୍ରନ କି ନା ତାହା ଜିନୋମ ସିକ୍ବେନ୍ସିଂ  ରିପୋର୍ଟ ଆସିବା ପରେ ଜଣାପଡ଼ିବ। ପ୍ରାରମ୍ଭିକ ପରୀକ୍ଷଣରେ ତାହା ଡେଲଟା ଭାରିଆଣ୍ଟ ବୋଲି ଜଣାପଡ଼ିଛି।

ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଜିଲ୍ଲାପାଳଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଆଜି ୧୦ଟି ଦେଶରୁ ମୋଟ ୫୮୪ ଜଣ ଯାତ୍ରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ୯୪ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ। ଏୟାରପୋର୍ଟରେ ସେମାନଙ୍କ ଟେଷ୍ଟିଂ ବେଳେ ଦୁଇ ଜଣ ଦକ୍ଷିଣ ଆଫ୍ରିକୀୟ ନାଗରିକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ପରେ ସେମାନଙ୍କ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପୁଣେ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ତାହା ଓମିକ୍ରନ କି ନା  ତାହା ଜଣାପଡ଼ିବ। ଉକ୍ତ ଦୁଇଜଣ ଯାତ୍ରୀଙ୍କୁ ଏକାନ୍ତବାସରେ ରଖାଯାଇଛି।

ଅନ୍ୟପକ୍ଷରେ ମୁମ୍ବାଇ ଏୟାରପୋର୍ଟରେ ବି ବିଦେଶୀ ଯାତ୍ରୀଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରାଯାଇଛି। ଏହାଛଡ଼ା ବିଏମସି (ବୃହତ ମୁମ୍ବାଇ କର୍ପୋରେସନ) କେତେକ ନୂଆ କଟକଣା ଲଗାଇବା ବିଷୟରେ ଘୋଷଣା କରିଛି । ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସୁଥିବା ଲୋକମାନଙ୍କୁ ଏକାନ୍ତବାସରେ ରଖାଯିବ । ଏହା ସହିତ ସେମାନଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯିବ।

Leave A Reply

Your email address will not be published.