ଭାରତ ବାୟୋଟେକ୍‌ର ନାଜାଲ ସ୍ପ୍ରେ ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ, ୧୩।୮: ଭାରତର ପ୍ରଥମ ନାଜାଲ ସ୍ପ୍ରେ କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ‘ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)’ ଅନୁମତି ଦେଇଛନ୍ତି । ଏହି ‘ଆଡୋନା ଭାଇରାଲ ଇଣ୍ଟ୍ରାନାଜାଲ୍ କରୋନା ଟିକା’କୁ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ‘ବାୟୋଟେକ୍‌ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ କାଉନସିଲ’ ସହାୟତାରେ ଏହି ଟିକାକୁ ପ୍ରସ୍ତୁତ କରାଯାଇଛି। ଅନ୍ୟ ଟିକାଗୁଡ଼ିକ ଇଂଜେକ୍ସନ ମଧ୍ୟମରେ ଦିଆଯାଉଥିବା ବେଳେ ଏହାକୁ ନାକରେ ସ୍ପ୍ରେ କରାଯ଼ିବ। ଏହି ଟିକାର ପରୀକ୍ଷଣ ସଫଳ ହେଲେ ଦେଶରେ ଟିକାକରଣର ବେଗ ଆହୁରି ବଢିଯ଼ିବ। କାରଣ ଅଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟକ ଲୋକଙ୍କୁ ଏହି ଟିକା ଦିଆଯାଇପାରିବ।
ପ୍ରକାଇଶଥାଉ କି, ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଏବେ ଦେଶରେ ଟିକାକରଣ ପାଇଁ ବ୍ୟବହାର କରାଯାଉଥିବା ବେଳେ ଏହି କମ୍ପାନି ଦ୍ବାରା ପ୍ରସ୍ତୁତ ନାଜାଲ ସ୍ପ୍ରେ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି ।

Comments are closed.