ବିଧାନସଭାରେ ପାରିତ ହେଲା ଆ‌ଉ ୩ ବିଲ୍

ସୋମବାର ସାଢ଼େ ୧୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୪।୯: ହଟ୍ଟଗୋଳ ଭିତରେ ବିଧାନସଭାରେ ଆଜି ତିନୋଟି ବିଲ ପାରିତ ହୋଇଛି। ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍‌, ଓଡିଶା ବିନିଯୋଗ ଅଧିନିୟମ ବିଲ୍‌ ଓ ଓଡ଼ିଶା ସହର ଯୋଜନା ଏବଂ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍ ଆଜି ଗୃହରେ ପାରିତ ହୋଇଛି। ଗୃହରେ ୩ଟି ବିଲ ପାରିତ ସମୟରେ କଂଗ୍ରେସ ଦଳର ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ। ଏଥିସହ ସୋମବାର ସକାଳ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ ହୋଇପଡ଼ିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢି ପ୍ରତିବାଦ କରୁଥିବା ସମୟରେ ତାରାପ୍ରସାଦ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ସହଯୋଗୀ ବିଧାୟକମାନେ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ। ପରବର୍ତ୍ତୀ ସମୟରେ ତାରା ପୁଣି ସୁସ୍ଥ ଅନୁଭବ କରିଥିଲେ।

Comments are closed.