ରାଜ୍ୟର ୩୬ ଜିଲ୍ଲା ସଂଗଠନ ପାଇଁ ସଭାପତିଙ୍କ ନାମ ଘୋଷଣା କଲା ବିଜେପି

0

ଭୁବନେଶ୍ୱର, ୬/୧୧: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ସଂଗଠନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ନେତାମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ସୋମବାର ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିମାନଙ୍କ ନାମ ଘୋଷଣା କରିଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି।

ବିଜେପି ମିଡିଆ ସେଲ୍‌ ପକ୍ଷରୁ କୁହାଯାଇଛି ଯେ, ଅନୁଗୁଳ ପାଇଁ ଦିଲେଶ୍ଵର ପ୍ରଧାନ ଓ ବାଲେଶ୍ବର ପାଇଁ ଉମାକାନ୍ତ ମହାପାତ୍ରଙ୍କୁ ଜିଲ୍ଲା ସଭାପତି କରାଯାଇଛି। ବରଗଡ଼ ପାଇଁ ଅଶ୍ବିନୀ କୁମାର ଷଡଙ୍ଗୀ, ଭଦ୍ରକରେ ହେମନ୍ତ ପାଢୀ, ଭୁବନେଶ୍ଵରରେ ବାବୁ ସିଂ, ବଲାଙ୍ଗୀରରେ ଶିବାଜୀ ମହାନ୍ତି, ବୌଦ୍ଧରେ ବିପ୍ର ଚରଣ ମହାନ୍ତି, କଟକ ନଗରରେ ଲଲାଟେନ୍ଦୁ ବଡ଼ୁ, କଟକ ସଦରରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଦେବଗଡରେ ଅରୁଣ କୁମାର ସାହୁ, ଢେଙ୍କାନାଳରେ ନରେଶ ମହାପାତ୍ର, ଗଜପତିରେ ବିଧାୟକ କେ. ନାରାୟଣ ରାଓ, ଗଂଜାମରେ ଡ.ସୁବାଷ ସାହୁ, ଘୁମୁସରରେ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସଭାପତି କରାଯାଇଛି।

ସେହିପରି ବିଜେପି ଜଗତସିଂହପୁର ସତ୍ୟବ୍ରତ ମହାପାତ୍ର, ଯାଜପୁରରେ ଗୌତମ ରାୟ, ଝାରସୁଗୁଡାରେ ସୁନୀଲ ପଣ୍ଡା, କଳାହାଣ୍ଡିରେ ଆର୍ତ୍ତତ୍ରାଣ ମହାପାତ୍ର, କନ୍ଧମାଳରେ ଜଗନ୍ନାଥ ସାହୁ, କେନ୍ଦ୍ରାପଡାରେ କିଶୋର ପଣ୍ଡା, କେନ୍ଦୁଝରରେ ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧାରେ ରଶ୍ମି ରଂଜନ ମହାପାତ୍ର, କୋରାପୁଟରେ ସୁମନ୍ତ ପ୍ରଧାନ, ମାଲକାନଗିରିରେ ନିମାଇ ପାଲ୍, ରାଇରଙ୍ଗପୁରରେ କୃପାସିନ୍ଧୁ ମହନ୍ତ, ବାରିପଦାରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁରରେ ଜଗଦୀଶ ବିଶୋଇ, ନୟାଗଡରେ ତାପସ ରଞ୍ଜନ ମାର୍ଥା, ନୂଆପଡାରେ ସୁବ୍ରତ ଠାକୁର, ପୁରୀରେ ଆଶ୍ରିତ ପଟ୍ଟନାୟକ, ରାୟଗଡାରେ ଶିବ ପଟ୍ଟନାୟକ, ସମ୍ବଲପୁରରେ ଗିରିଶ ପଟେଲ, ସୁବର୍ଣ୍ଣପୁରରେ ପ୍ରମୋଦ ମହାପାତ୍ର, ସୁନ୍ଦରଗଡରେ ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ(ବଣାଇ)ରେ ଅନିଲ ବାର୍ଲା, ସୁନ୍ଦରଗଡ (ପାନପୋଷ)ରେ ଲତିକା ପଟ୍ଟନାୟକଙ୍କୁ ସଭାପତି ଭାବେ ଘୋଷଣା କରିଛି।

 

Leave A Reply

Your email address will not be published.