ବଢ଼ୁଛି ସଂକ୍ରମଣ, ରାଜଧାନୀର ଆଉ ୪ଟି ସ୍ଥାନ କଣ୍ଟେନମେଣ୍ଟ୍ ଜୋନ୍

0

ଭୁବନେଶ୍ୱର ୬/୧: ରାଜଧାନୀର ଆଉ ୪ ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି ଏସବୁ ଅଞ୍ଚଳରୁ ଏକାଧିକ କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛିନୟାପଲ୍ଲୀ ଓ ଭୀମପୁର ଗୋଟିଏ ଲେଖାଏ ଅଞ୍ଚଳ ଥିବା ବେଳେ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରୁ ୨ଟି ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍ ହୋଇଛି। ଏହା ପୂର୍ବରୁ ରାଜଧାନୀ ୧୦ ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଥିଲା ବିଏମ୍‌ସି।

ଏସବୁ ଅଞ୍ଚଳକୁ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍‌ସି ସେଠାରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ଜିନିଷପତ୍ର ଯୋଗାଇ ଦିଆଯିବ ଏହାସହ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ସାନିଟାଇଜ୍‌ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ସୂଚନା ମୁତାବକ, ଗତକାଲି କରୋନା ସଂକ୍ରମଣ ଅଚାନ ବଢ଼ିବା ପରେ ରାଜଧାନୀର ୧୦ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିଲା ଦକ୍ଷିଣ-ପୂର୍ବ ଜୋନ୍‌ର ଆଚାର୍ଯ୍ୟବିହାର ସାଇ ମନ୍ଦିର ଅଞ୍ଚଳରୁ ଏକାଧିକ ପଜିଟିଭ୍‌ ବାହାରିବା ପରେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି । ସେହିପରି ସତ୍ୟନଗର ପ୍ଲଟ୍‌ ନଂ-୧୨୦ବି, ବାପୁଜୀନଗର ପ୍ଲଟ୍‌ ନଂ-୬୦, ଟଙ୍କପାଣିରୋଡ୍‌ ବିଷ୍ଣୁନଗର ପ୍ଲଟ୍‌ ନଂ-୧୧୪୭ ଏବଂ ଆଚାର୍ଯ୍ୟବିହାର ପାଣିଟାଙ୍କିର ଏଲ୍‌୩-୬୫କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ସେହିପରି ଉତ୍ତର ଜୋନ୍‌ର ୱାର୍ଡ ନଂ-୧୨ ଅଞ୍ଚଳର ସୈନିକ ସ୍କୁଲ କ୍ୱାର୍ଟର୍ସ ନଂ-କ୍ୟୁଆର୍‌୩ଆର୪, ଇଣ୍ଡିଆନ୍‌ ଅଏଲ୍‌ ହାଉସିଂ ସୋସାଇଟିର ଏ-୩୦୪, ପାଣ୍ଡରା ପ୍ଲଟ୍‌ ନଂ-୪୦୪, ଏକ୍ସଆଇଏମ୍‌ବିର ବ୍ଲକ-୨, ଶୈଳଶ୍ରୀବିହାର ଲେନ୍‌-୬ ଏଚ୍‌ଆଇଜି-୫୬କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଯାଇଛି ।

Leave A Reply

Your email address will not be published.