ରୋଗୀଙ୍କ ଉପରେ ମହଙ୍ଗା ମାଡ଼: ଜୀବନ ରକ୍ଷାକାରୀ ୮୦୦ ଔଷଧ ଦର ହେବ ବୃଦ୍ଧି

0

ନୂଆଦିଲ୍ଲୀ, ୧୯/୩: ଦେଶର ରୋଗୀଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଜୀବନ ରକ୍ଷାକାରୀ ୮୦୦ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି। ଚଳିତ ୨-୨୪ ବର୍ଷ ଏପ୍ରିଲ୍ ମାସରୁ ଏସବୁ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି। ସେସବୁ ଔଷଧ ମଧ୍ୟରେ ପେନକିଲର, ଆଣ୍ଟିବାୟୋଟିକ୍ସ, ଆଜିଥ୍ରୋମାଇସିନ୍, ଆଣ୍ଟି ଆନିମିଆ, ଭିଟାମିନ୍, ମିନେରାଲ ଏବଂ ହାର୍ଟ ସମସ୍ୟାରେ ବ୍ୟବହାର କରାଯାଉଥିବା ଔଷଧ ରହିଛି।
ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଔଷଧ କମ୍ପାନୀଗୁଡ଼ିକୁ ଆନୁଆଲ ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସ(ଡବ୍ଲ୍ୟୁପିଆଇ)ରେ ପରିବର୍ତ୍ତନ ଅଧାରରେ ଔଷଧ ଦରରେ ବୃଦ୍ଧି ପାଇଁ ଅନୁମତି ଦେବାକୁ ସହମତି ପ୍ରକାଶ କରିଛନ୍ତି। ବୃଦ୍ଧି ପାଉଥିବା ଦରଦାମ୍ କୁ ଦୃଷ୍ଟିରେ ରଖି ଔଷଧ କମ୍ପାନୀଗୁଡ଼ିକ ଔଷଧ ଦର ବଢ଼ାଇବାକୁ ଦାବି କରିଆସୁଥିଲେ। ଡବ୍ଲ୍ୟୁପିଆଇ ଆଧାରରେ ସରକାର ୦.୦୫୫% ବୃଦ୍ଧି ଅନୁମତି ପାଇଁ ପ୍ରସ୍ତୁତ ଅଛନ୍ତି।

ଜୀବନ ରକ୍ଷାକାରୀ ଔଷଧ ଦରରେ ୨୦୨୩ରେ ୧୨% ବୃଦ୍ଧି ହୋଇଥିବାବେଳେ ୨୦୨୨ରେ ୧୦% ବୃଦ୍ଧି କରାଯାଇଥିଲା। ଔଷଧ କମ୍ପାନୀଗୁଡିକ ଅନୁସାରେ କେତେକ ପ୍ରମୁଖ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା କଞ୍ଚାମାଲ ଦରରେ ବୃଦ୍ଧି ୧୫%ରୁ ୧୩୦% ପର୍ଯ୍ୟନ୍ତ ହୋଇଛି। ସେଥିମଧ୍ୟରୁ ପରାସିଟାମଲ କଞ୍ଚାମାଲରେ ୧୩୦% ବୃଦ୍ଧି ହୋଇଥିବାବେଳେ ଏକ୍ସିସିଏଣ୍ଟସର କଞ୍ଚାମାଲ ଦରରେ ୧୮%ରୁ ୨୬୨% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଗ୍ଲିସେରିନ ଏବଂ ପ୍ରୋପଲିନ ଗ୍ଲାଇକଲ, ସିରପ୍ ଦରରେ ୮୩% ବୃଦ୍ଧି ହୋଇଥିବାବେଳେ ସଲଭାଣ୍ଟ୍ ଦରରେ ୨୬୩% ବୃଦ୍ଧି ଘଟିଛି। ସେହିପରି ଇଣ୍ଟରମିଡ଼ିଏଟସ୍ ଦରରେ ୧୧% ରୁ ୧୭୫% ବୃଦ୍ଧି ହୋଇଛି। ଏହା ସହିତ ପେନସିଲିନ ଦରରେ ୧୭୫% ବୃଦ୍ଧି ହୋଇଛି।

 

Leave A Reply

Your email address will not be published.