ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ବର, ୧୧।୪: ମହାମାରୀ କରୋନା ଭୂତାଣୁ ଏବେ କାୟା ମେଲି ଚାଲିଥିବା ବେଳେ ରାଜ୍ୟରେ ଟିକା ଅଭାବ ପରିସ୍ଥିତି ସୃଷ୍ଟି ହେଲାଣି। ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି। ଆଜି ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ଟିକା ନଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ। ସେ କହିଛନ୍ତି,  ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଟିକାକରଣ ଜାରି ରହିବ, ଅନ୍ୟ ଜିଲ୍ଲାରେ ବନ୍ଦ ରହିବ। ରାଜ୍ୟରେ ଏବେ ୨,୩୩,୦୦୦ ଡୋଜ୍‌ କୋଭିସିଲ୍ଡ, ଓ ୭୭,୯୬୦ ଡୋଜ କୋଭାକ୍ସିନ ଅଛି। ଏଥିସହ ଅଧତ୍କ ସଂକ୍ରମିତ ଜିଲ୍ଲାକୁ ଟିକାକରଣ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

ସେପଟେ ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ ୭୯ କରୋନା ପଜିଟିଭ୍।  ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୦୮ ଓ ସ୍ଥାନୀୟ କେସ୍‌ ୫୭୧ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ରହିଥିବା ବେଳେ ଏଠାରୁ ୧୫୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.