ଭୁବନେଶ୍ୱର ୧୪।୪: ସ୍ଥଗିତ ହେଲା ପିପିଲି ଉପନିର୍ବାଚନ। ୧୭ରେ ହେବାର ଥିଲା ପିପିଲିରେ ଭୋଟ୍ ଗ୍ରହଣ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଛି ଉପନିର୍ବାଚନ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ ।
ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନା ସଂକ୍ରମଣରେ ପରଲୋକ ହୋଇଛି । କୋଭିଡ୍ ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ତେବେ ସନ୍ଧ୍ୟାରେ ଅଜିତଙ୍କ ଶେଷକୃତ ସମ୍ପର୍ଣ୍ଣ ହୋଇଛି । କହିରଖୁଛୁ ପିପିଲି ଉପ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାବେଳେ ବିଜେଡି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଇଛି । ନିର୍ବାଚନ ଚଳିତ ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ ଏବେ ଏହାକୁ ସ୍ଥଗିତ କରାଯାଇଛି ।
Comments are closed.