ଦ୍ରୌପଦୀ ମୁର୍ମୁଙ୍କ ଆତ୍ମଜୀବନୀ ଲେଖିବେ ସାମ୍ବାଦିକ ସନ୍ଦୀପ ସାହୁ

0

ଭୁବନେଶ୍ୱର, ୨।୮: ସ୍ୱାଧୀନତାର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଜ ପ୍ରଥମ ଓଡ଼ିଆ ଓ କୌଣସି ଜନଜାତି ସମ୍ପ୍ରଦାୟର ପ୍ରଥମ ସଦସ୍ୟ ରୂପେ ଏହି ଅନନ୍ୟ ଗାରିମାର ଅଧିକାରିଣୀ ହୋଇଛନ୍ତି। ଅତ୍ୟନ୍ତ ପଛୁଆ ଅଞ୍ଚଳରେ ଜନ୍ମଗ୍ରହଣ କରି କେଉଁଭଳି ଭାବେ ସଂଘର୍ଷର ଶୀର୍ଷରେ ପହଞ୍ଚି, ଆଜି ସର୍ବୋଚ୍ଚ  ସାମ୍ୱିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି, ଏହାର ଆତ୍ମଜୀବନୀ (ବାୟୋଗ୍ରାଫି) ଲେଖିବେ ବରିଷ୍ଠ ସାମ୍ୱାଦିକ ସନ୍ଦୀପ ସାହୁ। ଚଳିତ ବର୍ଷ ଶେଷ ଭାଗରେ ଏହା ପ୍ରକାଶ ପାଇବ ବୋଲି ବିଶ୍ବର ପ୍ରମୁଖ ପ୍ରକାଶନୀ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ( ପିଆରଏଚଆଇ) ମଙ୍ଗଳବାର ଏବାବଦରେ ଘୋଷଣା କରିଛି।

ଏନେଇ ଶ୍ରୀ ସାହୁ କହିଛନ୍ତି , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆତ୍ମ ଜୀବନୀ (ବାୟୋଗ୍ରାଫି) ଲେଖିବା ପାଇଁ ପିଆରଏଚଆଇ ପକ୍ଷରୁ ପ୍ରସ୍ତାବ ଦିଆ ଯାଇଥିଲା ଏବଂ ଏହାକୁ ଲେଖିବା ପାଇଁ ମୁଁ ରାଜି ହୋଇଛି। ଅକ୍ଟୋବର ଶେଷ ସୁଦ୍ଧା ଏହାର ଲେଖା ସାରିବା ପାଇଁ ପିଆରଏଚଆଇ ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି। ନଭେମ୍ୱର କିମ୍ୱା ଡିସେମ୍ୱର ବେଳକୁ ଏହି ବୁକ୍‌ ପ୍ରକାଶ ପାଇବ ବୋଲି ଶ୍ରୀ ସାହୁ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜର ବାସିନ୍ଦା ହୋଇଥିବା ବେଳେ ମୁଁ ମଧ୍ୟ ସେହି ଜିଲ୍ଲାର ବାସିନ୍ଦା। ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ପୁସ୍ତକ ଲେଖିବାର ଏହା ହେଉଛି ପ୍ରମୁଖ କାରଣ। ଏହି ପୁସ୍ତକ ମୟୂରଭଞ୍ଜର ଏକ ଗାଁରୁ ରାଷ୍ଟ୍ରପତି ଭବନ ଯାଏ ମୁର୍ମୁଙ୍କ ଅଦ୍ଭୁତପୂର୍ବ ଯାତ୍ରା ବାବଦରେ ବର୍ଣ୍ଣନା କରିବ।

ଅନ୍ୟ ଆଞ୍ଚଳିକ ଭାଷାରେ ଏହି ପୁସ୍ତକ ଅନୁବାଦ ହେବ କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ପ୍ରଥମେ ଏହା ଇଂରାଜୀ ଭାଷାରେ ପ୍ରକାଶ ପାଇବ। ଏହା ପରେ ଧୀରେ ଧୀରେ ଅନ୍ୟଭାଷାରେ ମଧ୍ୟ ପ୍ରକାଶ ପାଇବ। ଯଦି ପ୍ରକାଶକ ମୋତେ ଓଡିଆ ଭାଷାରେ ମଧ୍ୟ ଏହାକୁ ଅନୁବାଦ କରିବାକୁ କୁହନ୍ତି , ତେବେ ମୁଁ ଲେଖିବାକୁ ଚେଷ୍ଟା କରିବି ବୋଲି ସନ୍ଦୀପ ସାହୁ କହିଛନ୍ତି।

 

Leave A Reply

Your email address will not be published.