ରାଜ୍ୟରେ ‌ଏବେ ହେବନି ୟୁଜି ପିଜି ପରୀକ୍ଷା

ଭୁବନେଶ୍ବର, ୭।୧୨: କରୋନା ମହାମାରୀ ସମୟରେ ୟୁଜି ପିଜି ପରୀକ୍ଷା ହେବ ନାହିଁ। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, କରୋନା ସ୍ଥିତି ପାଇଁ ପିଲାଙ୍କୁ ଅନଲାଇନ୍‌ ପାଠ ପଢ଼ାଯାଉଛି। ଅନଲାଇନ୍‌ ପାଠପଢ଼ାକୁ ନେଇ ଏବେ ପରୀକ୍ଷା କରିବା ଉଚିନ୍‌ ହେବ ନାହିଁ। କ୍ଲାସରୁମ ପାଠପଢ଼ା ଓ ସିଲାବସ ସରିବା ପରେ ପରୀକ୍ଷା କଥା ବିଚାର କରାଯିବ ବୋଲି ଉଚ୍ଚ ଶିକ୍ଷା ସଚିବ କହିଛନ୍ତି।

Comments are closed.