କଟକ,୨୬/୦୮: ଓଡ଼ିଶା ଜୁଡ଼ିସିଆଲ୍ ସର୍ଭିସ୍ (ଓଜେଏସ୍) ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖରେ ଶେଷ ହେବ । ୩ ତାରିଖରେ ପେପର-୧ରେ ଇଂରାଜୀ ଓ ପେପର-୨ରେ ପ୍ରୋସିଡିଓରାଲ୍ ଲ’ ପରୀକ୍ଷା ରହିଛି । ୪ ତାରିଖରେ ପେପର-୧ରେ ଲ’ ଅଫ୍ କ୍ରାଇମ୍ ଆଣ୍ଡ ଲ ଅଫ୍ ଟର୍ଟସ୍ ଓ ପେପର-୨ରେ ଜୁରିସ୍ପ୍ରୁଡେନ୍ସ ଆଣ୍ଡ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ବିଷୟ ରହିଛି। ୫ ତାରିଖରେ ପେପର-୧ରେ ଲ ଅଫ୍ ପ୍ରପର୍ଟି ଓ ପେପର-୨ରେ ପର୍ସନାଲ ଲ’ ଏବଂ ୭ ତାରିଖରେ ଲ’ ଅଫ୍ କଣ୍ଟ୍ରାକ୍ଟ ବିଷୟ ରହିଛି ।
ଚଳିତ ମାସ ୨୮ ତାରିଖରୁ ପରୀକ୍ଷାର୍ଥୀମାନେ ଆଡ୍ମିଟ୍ କାର୍ଡ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ । ଚଳିତ ବର୍ଷ ଓପିଏସ୍ସି ପକ୍ଷରୁ ମେ’ ୫ ତାରିଖରେ ଓଜେଏସ୍ ପ୍ରିଲିମ୍ନାରୀ ପରୀକ୍ଷା ହୋଇଥିବା ବେଳେ ଏଥିରେ ୯୯୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରେ ୫୬୨ ଜଣ ଛାତ୍ରୀ ଓ ୪୩୨ ଜଣ ଛାତ୍ର ଥିଲେ। ମୁଖ୍ୟ ପରୀକ୍ଷା ପାଇଁ ୩ଟି ସ୍ଥାନରେ ୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ୱରସ୍ଥିତ ଡିଡିସିଇ ପୁରୁଣା ଆଡ୍ମିନ୍ କୋଠାରେ ୨୮୬ ପରୀକ୍ଷାର୍ଥୀଙ୍କ ପାଇଁ ଏବଂ ଡିଡିସିଇ ସିଲଭର ଜୁବିଲି କୋଠାରେ ୩୦୦ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।
ସେହିପରି କଟକ ନଛିପୁରସ୍ଥିତ ସୁଦର୍ଶନ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ୩୪୭ ପରୀକ୍ଷାର୍ଥୀ ଓ ସମ୍ବଲପୁର ସେଣ୍ଟ ଜୋନ୍ସ ସ୍କୁଲରେ ୬୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ଦୁଇଟି ସିଟିଂରେ ହେବ। ପ୍ରଥମ ସିଟିଂ ପୂର୍ବାହ୍ଣ ୯ଟା ୩୦ରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ହେବ। ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ପେପରରେ ଆଉ ଅଧିକ ୨୦ ମିନିଟ୍ ସମୟ ଦିଆଯିବ ବୋଲି ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.