କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ
କେନ୍ଦ୍ରାପଡା,୩।୧୦ କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା l ଏଥିପାଇଁ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ବିଧିବଦ୍ଧ ଭାବେ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ଆବେଦନ କରାଯାଇଥିଲା । ଆବେଦନ ପତ୍ରର ତର୍ଜମା କରିବା ସହ ରସାବଳିର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଏହାକୁ ଜିଆଇ ଟ୍ୟାଗ ପ୍ରଦାନ କରାଯାଇଛି l
ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାପାଇଁ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ପ୍ରଥମେ ୨୦୨୦ ମସିହା ଜୁଲାଇ ମାସରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା l ପରେ ଏ ନେଇ ବିଭିନ୍ନ ପର୍ଯ୍ୟାୟରେ ସଂଘ ପକ୍ଷରୁ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ, ଅଭିଯାନ ଆଦି ଜାରି ରହିଥିଲା l ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି l
Comments are closed.