ହଟ୍ ଏୟାର ବେଲୁନିଂ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳ
କୋରାପୁଟ, ୨୭/୨: କୋରାପୁଟ ଜିଲ୍ଲାର ଦୁଇଟି ସ୍ଥାନରେ ହଟ୍ ଏୟାର ବେଲୁନିଂ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳ ହୋଇଥିବା ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଇଂଜିନିୟର ଶୁଭକାନ୍ତ ବାରିକ କହିଛନ୍ତି। ବୁଧବାର ଡେଙ୍ଗା ଜାନୀଗୁଡା ଏବଂ ଆଜି କୋରାପୁଟସ୍ଥିତ ଓଏସ୍ଏପି ପଡ଼ିଆରୁ ହଟ ଏୟାର ବେଲୁନିଂ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳତା ମିଳିଥିବା ସେ କହିଛନ୍ତି।
ଜିଲ୍ଳାର ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏହା ଏକ ପଦକ୍ଷେପ ଅଟେ ବୋଲି ସେ କହିଛନ୍ତି। ପରୀକ୍ଷଣ ସଫଳ ହୋଇଥିବା ବେଳେ ସରକାରଙ୍କ ଠାରୁ ଅନୁମତିକୁ ଅପେକ୍ଷା କରାଯାଇଛି। ଅନୁମତି ମିଳିଲେ ଏହା କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ। ଏହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ସେ ଆଶା ରଖିଛନ୍ତି।
Comments are closed.