ଭୁବନେଶ୍ୱର, ୨୬/୪: ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି । ସେମାନଙ୍କ ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ। କୌଣସି ସଭ୍ୟତା ପ୍ରାଣୀଜଗତ ବିନା ବୃଦ୍ଧି ପାଇବା ସମ୍ଭବ ନୁହେଁ ବୋଲି ଶ୍ରୀମତି ଦାସ କହିଛନ୍ତି।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍) ପକ୍ଷରୁ ଶନିବାର ବିଶ୍ୱ ଭେଟେରିନାରୀ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ବିଶ୍ୱବିଦ୍ୟାଳୟର ସଦ୍ୟତମ ଅନୁଷ୍ଠାନ ଆଇଭିଏସ୍ଏଏଚ୍ର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଏହା ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନର ସଦସ୍ୟମାନଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି କହିଥିଲେ। ଚଳିତ ବର୍ଷର ବିଶ୍ୱ ଭେଟେରିନାରୀ ଦିବସର ପ୍ରସଙ୍ଗ “ଆନିମଲ୍ ହେଲ୍ଥ ଟେକ୍ସ ଏ ଟିମ୍” ଉପରେ ଆଲୋକପାତ କରି ଶ୍ରୀମତି ଦାସ କହିଥିଲେ ପ୍ରାଣୀମାନଙ୍କ ଯତ୍ନ ନେବା ପାଇଁ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ।
Comments are closed.