ଭୁବନେଶ୍ବର, ୩/୪: ପୂର୍ବତଟ ରେଳବାଇରୁ ପଲାସା, ଇଚ୍ଛାପୁର ଉଚ୍ଛେଦ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏହାକୁ ତୀବ୍ର ବିରୋଧ କରି ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହିଛି। ଏହି ସମୟରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣାରେ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ଓଡ଼ିଶାରୁ ଗୋଟିଏ ଇଞ୍ଚ ମଧ୍ୟ ରେଳପଥ ଅନ୍ୟ ରାଜ୍ୟକୁ ଯାଉନାହିଁ।
କେବଳ ଏହାନୁହେଁ, ବିରୋଧୀଙ୍କ ବିଭିନ୍ନ ଆପତ୍ତି ଓ ଆରୋପଗୁଡ଼ିକର ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି। ସ୍ପଷ୍ଟୀକରଣର ପ୍ରମୁଖ ପଏଣ୍ଟଗୁଡିକ;
- ଓଡ଼ିଶାରୁ ଗୋଟିଏ ଇଞ୍ଚ ମଧ୍ୟ ରେଳପଥ ଅନ୍ୟ ରାଜ୍ୟକୁ ଯାଉନାହିଁ।
- ଓଡ଼ିଶାରେ ରେଳ ବିକାଶ ପାଇଁ 93,000 କୋଟି ଟଙ୍କାରୁ ଅଧିକ ନିବେଶ। ରେଳ ବଜେଟ୍ ଆବଣ୍ଟନ ଯଥେଷ୍ଟ ବୃଦ୍ଧି ପାଇଛି (ଗତ 3 ବର୍ଷ ଧରି ନିରନ୍ତର 10,000 କୋଟିରୁ ଅଧିକ ରହିଛି ଯାହା 2009-14 ଅବଧି ଅପେକ୍ଷା 13 ଗୁଣ ଅଧିକ)
- ରାୟଗଡା ଡିଭିଜନକୁ ଅନୁମୋଦନ କରାଯାଇଛି; ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।
- ସର୍ବାଧିକ ରାଜସ୍ୱ ସୃଷ୍ଟିକାରୀ KK ଲାଇନ: କୋଥାଭାଲସା-କିରାଣ୍ଡୁଲ (ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶର ଅଞ୍ଚଳ ସମେତ) ରାୟଗଡ଼ା ଡିଭିଜନରେ ଅଛି। ତେଣୁ ପୂର୍ବ ତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ।
- ପଲାସା – ଇଚ୍ଛାପୁରମ ସେକ୍ସନରେ କୌଣସି ବଡ ମାଲ ପରିବହନ ଆୟ ଉତ୍ପାଦନ କରୁଥିବା ଷ୍ଟେସନ ନାହିଁ। ତେଣୁ ପୂର୍ବ ତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ।
Comments are closed.