ଆସନ୍ତା ୧୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର, ୨/୬: ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ରାଇରଙ୍ଗପୁରରେ ନବନିର୍ମିତ ସ୍ପୋର୍ଟସ କମ୍ପ୍ଲେକ୍ସ (ଷ୍ଟାଡିୟମ) ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ଏବଂ ରାଜ୍ୟ ପ୍ରଶାସନିକ ବିଭାଗ।

ପୂର୍ବରୁ ଜବତ ବାଘ ଛାଲ ସହ ଅନ୍ୟ ଜନ୍ତୁଙ୍କର ବୈଜ୍ଞାନିକ ପରୀକ୍ଷା ପାଇଁ ଡେରାଡୁନକୁ ପଠାଇବାକୁ ପଡୁଥିଲା। ସଂସ୍ଥାନ ପ୍ରତିଷ୍ଠା ହେଲେ ଓଡ଼ିଶାରେ ଏହାର ପରୀକ୍ଷଣ ହେବ। ସେହିପରି ନବନିର୍ମିତ ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟାଡିୟମ ଓ ଆଦିବାସୀ ଗବେଷଣା କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଉକ୍ତ ଷ୍ଟାଡିୟମ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ନାମିତ କରାଯିବାର ସୂଚନା ମିଳିଛି।

ଏହାବ୍ୟତୀତ ରାଷ୍ଟ୍ରପତିଙ୍କ ଜନ୍ମଦିନ ଜୁନ୍ ୨୦ ଥିବାରୁ ତାଙ୍କ ଜନ୍ମ ଦିନ ପାଳନ ମଧ୍ୟ ରାଇରାଙ୍ଗପୁରରେ କରାଯିବାର ସୂଚନା ରହିଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଏହା ପଞ୍ଚମ ଥର ଗସ୍ତ ଥିବା ବେଳେ ପ୍ରଧାନମନ୍ତ୍ରୀ ଭାବେ ପୂର୍ବରୁ ପ୍ରଥମ ଥର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରାଗାନ୍ଧୀ ରାଇରଙ୍ଗପୁର ଆସିଥିଲେ। ତେବେ ପ୍ରଧାନମନ୍ତ୍ରୀ ଭାବେ ରାଇରଙ୍ଗପୁରରେ ଶ୍ରୀମତୀ ଗାନ୍ଧୀ ପ୍ରଥମ ଥର ଓ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବେ।

Comments are closed.