ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ମାର୍ଚ୍ଚ ୧୫ରେ ବୈଠକ ଡାକିଲେ ମୋଦୀ

0

ନୂଆଦିଲ୍ଲୀ, ୧୦/୩: ଆସନ୍ତା ୧୫ ତାରିଖ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆ ନିର୍ବାଚନ କମିଶନର ଚୟନ ନେଇ ବୈଠକ ବସିବ। ସେଥିରେ ବିରୋଧୀ ଦଳ ନେତା ଓ ଜଣେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ।

ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୧୫ରେ ଲୋକସଭା ପର୍ଯ୍ୟବେକ୍ଷକଙ୍କ ସହ ନିର୍ବାଚନ ଆୟୋଗ ବୈଠକ କରିବେ। ନିର୍ବାଚନ ପ୍ରସ୍ତୁତି ନେଇ ଲୋକସଭା ପର୍ଯ୍ୟବେକ୍ଷକମାନଙ୍କୁ ମାର୍ଗଦର୍ଶନ କରିବେ ନିର୍ବାଚନ କମିଶନ। ଗତକାଲି ନିର୍ବାଚନ କମିଶନର ଅରୁଣ ଗୋୟଲ ହଠାତ୍ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଏହାକୁ ଗ୍ରହଣ କରିଥିଲେ।

ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅରୁଣ ଗୋୟଲଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ତାଙ୍କ ନିଯୁକ୍ତିକୁ ନେଇ ବି ପ୍ରଶ୍ନ ଉଠିଥିଲା ଓ ଖୋଦ ସୁପ୍ରିମକୋର୍ଟ ବି ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ପୂର୍ବତନ ନିର୍ବାଚନ କମିଶନର ଅରୁଣ ଗୋଏଲ ନିଜର ପ୍ରଶାସନିକ ଚାକିରି ସମୟରେ ଜଣେ ଏପରି ଅଧିକାରୀ ଭାବରେ ପରିଚିତ ଥିଲେ ଯିଏ ଅଧିକ ଦିନ ଗୋଟିଏ ସ୍ଥାନରେ ରହୁନଥିଲେ। ଅରୁଣ ୧୯୮୭ରୁ ୧୯୨୨ରେ ନିର୍ବାଚନ କମିଶନର ହେବା ପର୍ଯ୍ୟନ୍ତ ତାଙ୍କର ୩୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ବିଭାଗରେ ମୋଟ ୪୦ଟି ପଦବୀରେ ଅବସ୍ଥାପିତ ହୋଇଥିଲେ।

 

Leave A Reply

Your email address will not be published.