ପରୀ ହତ୍ୟା ମାମଲାର ଅଭିଯୁକ୍ତ ନାବାଳକ ନୁହନ୍ତି ସାବାଳକ

ଭୁବନେଶ୍ବର, ୨୧।୧୨: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ନାବାଳକ ନୁହନ୍ତି ସାବାଳକ। ଆଜି ପସ୍କୋ କୋର୍ଟରେ ହାଜର କରିଛି ଏସ୍ଆଇଟି। ଏଥିସହିତ କୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ରଖିଛି ଏସ୍ଆଇଟି। ଅଭିଯୁକ୍ତ ସରୋଜ ସେଠୀ ନାବାଳକ ନୁହେଁ, ତାର ବୟସ ୧୮ ବର୍ଷ। ନୟାଗଡ଼ ପକ୍ସୋ କୋର୍ଟ ସରୋଜକୁ ହାଜର କରିବା ସହ ଏସଆଇଟି ଅଭିଯୁକ୍ତର ବୟସ ପ୍ରମାଣ ପତ୍ର ଦାଖଲ କରିଛି। ଏଥିସହିତ ଦିନିଆ ରିମାଣ୍ଡ ପାଇଁ ପୋସ୍କୋ କୋର୍ଟରେ ଆବେଦନ କରିଛି ଏସ୍ଆଇଟି। ସୂଚନାଥାଉକି, ରବିବାର ସନ୍ଧ୍ୟାରେ ଯଦୁପୁରରୁ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା ଏସ୍ଆଇଟି ଟିମ୍।

Comments are closed.