ଅଦିନିଆ ରଥଯାତ୍ରା କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଆଇନମନ୍ତ୍ରୀ

0

ଭୁବନେଶ୍ୱର, ୧୬/୬: ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଗିଦ୍ କରିଛନ୍ତି।  ଯେଉଁମାନେ ରଥଯାତ୍ରା ଆୟୋଜନ କରିବାକୁ ଚାହାନ୍ତି, ସେମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଏହା କରିବା ଉଚିତ୍।

ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇଛି। ଏହା ସହିତ, ଗଜପତି  ମହାରାଜା ଇସ୍କନକୁ ଏକ ଚିଠି ଲେଖି ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ନୂଆପଡାରେ ରଥଯାତ୍ରା ଅଦିନିଆ ଆୟୋଜନ ହେଉଥିବା ଖବର ପାଇବା ପରେ, ଆୟୋଜକମାନଙ୍କୁ ତାଗିଦ୍ କରାଯାଇଥିଲା। ଫଳରେ ସେମାନେ ଯାତ୍ରାକୁ ବନ୍ଦ କରିଥିଲେ।

ଯଦି କେହି ନିୟମକୁ ଉଲ୍ଲଘଂନ କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

Leave A Reply

Your email address will not be published.