ମା’ ହେବେ ଆଲିଆ ଭଟ୍ଟ

0

ନୂଆଦିଲ୍ଲୀ, ୨୭/୬: କପୁର ଖାନଦାନ୍‌ ପାଇଁ ଖୁସି ଖବର। ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ ଭଟ୍ଟ। ବାପା ହେବେ ରଣବୀର କପୁର। ଏ ନେଇ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଖୁବ୍ ଶୀଘ୍ର ସେମାନଙ୍କର ସନ୍ତାନ ଆସିବାକୁ ଯାଉଛି। ସେ ଏବଂ ରଣବୀର ଖୁବ୍‌ ଶୀଘ୍ର ଦୁଇରୁ ୩ ହେବାକୁ ଯାଉଛନ୍ତି। ଏହି ଖବର ପରେ ଆଲିଆ ଏବଂ ରଣବୀରଙ୍କ ଫ୍ୟାନ୍ସମାନେ ଖୁବ୍ ଖୁସି ହୋଇଯାଇଛନ୍ତି। ଆଲିଆଙ୍କ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି। ବିଭିନ୍ନ ମହଲରୁ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ପ୍ରକାଶ ଥାଉକି, ଚଳିତ ବର୍ଷ ଏପ୍ରିଲ ୧୪ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ହୋଇଥିଲା। ବିବାହର କିଛି ମାସ ମଧ୍ୟରେ ଦୁଇ ଷ୍ଟାର ଦମ୍ପତି ଗୁଡ୍ ନ୍ୟୁଜ୍ ଦେଇଛନ୍ତି। ଏହି ଖବର ପରେ ଉଭୟ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳିଯାଇଛି। ଆଲିଆଙ୍କ ପୋଷ୍ଟରେ ତାଙ୍କ ମା ସୋନି ରାଜଦାନ ଏବଂ ନଣନ୍ଦ ରିଦ୍ଧିମା ପ୍ରତିକ୍ରିୟା ଦେଇଛନ୍ତି। ସେହିପରି କରଣ ଜୋହାର ମଧ୍ୟ ଖୁବ୍ ଖୁସି ଅଛନ୍ତି। ତେବେ ଅଲିଆଙ୍କ ପ୍ରେଗନେନ୍ସି ଖବର ସାମ୍ନାକୁ ଆସିବା ପରେ ସେ ସୁଟିଂ କିଛି ଦିନ ପାଇଁ ବ୍ରେକ୍ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ତାଙ୍କର ହଲିଉଡର ଡେବ୍ୟୁ ପ୍ରୋଜେକ୍ଟ ମଧ୍ୟ ଖୁବ୍ ଶୀଘ୍ର ସାରିବାକୁ ଯାଉଛନ୍ତି।

ବିବାହର ଦୁଇ ମାସ ପରେ ଗୁଡ୍ ନ୍ୟୁଜ୍ ଦେଇ ଆଲିଆ ଏବଂ ରଣବୀର ସମସ୍ତଙ୍କୁ ସରପ୍ରାଇଜ୍ କରି ଦେଇଛନ୍ତି। ଏହି ଦୁଇ ଷ୍ଟାର ଦମ୍ପତି ୨୦୧୮ରୁ ଡେଟ୍ କରିବା ଆରମ୍ଭ କରିଥିଲେ। ଫିଲ୍ମ ବ୍ରହ୍ମାସ୍ତ୍ର ସେଟ୍‌ରୁ ଦୁହିଁଙ୍କର ପ୍ରେମ ହୋଇଥିଲା। ଆଲିଆ ଏବଂ ରଣବୀର ଏହି ଫିଲ୍ମରୁ ସ୍କ୍ରିନ୍ ସେୟାର କରିଥିଲେ।

Leave A Reply

Your email address will not be published.