ଆସୋଟେକ୍ ଗ୍ରୁପ୍‌ ବିକଶିତ କରୁଛି ଗ୍ରୁପ୍ ହାଉସିଂ ଟାଉନସିପ୍ ପ୍ରୋଜେକ୍ଟ: ୧୭୦୦ରୁ ଅଧିକ ଆପାର୍ଟମେଣ୍ଟ ତିଆରି କରୁଛି ଗ୍ରୁପ୍‌

ଭୁବନେଶ୍ବର, ୨୬।୧: ‘ଆସୋଟେକ୍ ଗ୍ରୁପ’  ପକ୍ଷରୁ ନଭେମ୍ବର ୨୦୧୯ ଠାରୁ ‘ଆସୋଟେକ୍ ପ୍ରାଇଡ଼୍‌’ ନାମରେ ଭୁବନେଶ୍ବରର ରୁଦ୍ରପୁରଠାରେ ଏକ କମ୍ପାନି ‘ଆସୋଟେକ୍‌ ସନ୍‌ ଗ୍ରୋଥ୍‌ ଆଡୋବ ଏଲ୍‌ଏଲ୍‌ପି’ ମାଧ୍ୟମରେ ଏକ ଗ୍ରୁପ୍ ହାଉସିଂ ଟାଉନସିପ୍ ପ୍ରୋଜେକ୍ଟ ବିକାଶ କରୁଛି। ଏହା ଏକ ଟାଉନସିପ୍ ପ୍ରୋଜେକ୍ଟ ଓ ଏଥିରେ ବିଭିନ୍ନ ପର୍ଯ୍ୟାୟରେ ୧୭୦୦ ରୁ ଅଧିକ ଆପାର୍ଟମେଣ୍ଟ ବିକଶିତ ହେବ।

ଏକ ଆଗ ଧାଡ଼ିର ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ (ଟେକ୍ନୋଲୋଜି) ଡେଭଲ୍‌ପର୍ ଭାବରେ ଆସୋଟେକ୍‌ ଗ୍ରୁପ୍‌ ଅତ୍ୟାଧୁନିକ ଆଲୁମିନିୟମ୍ ଫର୍ମ ୱାର୍କ ସଟରିଂ (ଏମ୍‌ଆଇଭିଏଏନ୍‌) ଆଣି ଶୀଘ୍ର ଏବଂ ଗୁଣାତ୍ମକ ନିର୍ମାଣ ପାଇଁ, ଅଧିକାଂଶ ଆଧୁନିକ ନିର୍ମାଣ ପ୍ରଯୁକ୍ତିବିଦ୍ୟା ନେଇଆସିଛି। ଏହା ପ୍ରଥମ ଥର ପାଇଁ ଓଡ଼ିଶାରେ ବ୍ୟବହୃତ ହେବାକୁ ଯାଉଛି।

ଏହି ଟେକ୍ନୋଲୋଜିର ବିଶେଷତଃ ହେଉଛି ଶୀଘ୍ର ନିର୍ମାଣ, ଯେଉଁଠାରେ କାନ୍ଥ, ଛାତ ସ୍ଲାବ ସହିତ ଗୋଟିଏ ଚଟାଣକୁ ଦୃଢ଼ ନିର୍ମାଣ ସାଙ୍ଗକୁ ସମ୍ପୂର୍ଣ୍ଣ କରିବାକୁ ୭ ରୁ ୧୦ ଦିନର ଅବଧି ଲାଗେ । ଏହା ବ୍ୟତୀତ ଏଭଳି ନିର୍ମାଣରେ ପ୍ଲାଷ୍ଟରର କୌଣସି ଆବଶ୍ୟକତା ନାହିଁ। ଏଥିରେ ଉତ୍ତମ ଗୁଣବତ୍ତା ସାଙ୍ଗକୁ ଛାତର ସ୍ଥିରତା, ପରିବେଶ ବନ୍ଧୁତା ଏବଂ ଉଚ୍ଚସ୍ତରୀୟ ଏନର୍ଜି ଦକ୍ଷତା ମଧ୍ୟ ରହିଛି।

୨୦୦୭ ରୁ ଆସୋଟେକ୍‌ର ଓଡ଼ିଶାର ଏହାର ଉପସ୍ଥିତି ଜାରି ରଖିଛି। ଗତ ୧୪ ବର୍ଷ ମଧ୍ୟରେ ଅଭିନବ ଉତ୍ପାଦ ଓ ଡିଜାଇନ୍ ଆଣିବା ପାଇଁ ତାଙ୍କର ପ୍ରତିବଦ୍ଧତା ବଜାଏ ରଖିଛି।

ଆସୋଟେକ୍ ଗ୍ରୁପ୍ ଆଗାମୀ ବର୍ଷ ମଧ୍ୟରେ ରାଜ୍ୟରେ ୯୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ନିବେଶ କରିବାର ଯୋଜନା ରଖିଛି । ଏହି ପ୍ରୋଜେକ୍ଟ ରାଜ୍ୟର ରାଜସ୍ୱକୁ ଷ୍ଟାମ୍ପ ଡ୍ୟୁଟି, ରେଜିଷ୍ଟ୍ରେସନ୍ ଫି, କିସମ ପରିବର୍ତ୍ତନ ବାବଦକୁ ଅର୍ଥ କାର୍ମିକ ଦେୟ ପାରିପାର୍ଶ୍ବିକ ଉନ୍ନତି ନିମନ୍ତେ ଅର୍ଥ ତଥା ଜିଏସ୍‌ଟି ଆକାରରେ ଯଥେଷ୍ଟ ଆର୍ଥିକ ଅବଦାନ ଦେଉଛି। ଏତଦ୍ ବ୍ୟତୀତ ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିପୁଳ ନିଯୁକ୍ତି ଓ ରୋଜଗାରର ସମ୍ଭାବନା ସୃଷ୍ଟି କରିଛି। ଆମର ସାମାଜିକ ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଆମେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ୪୮୫ଟି ଆପାର୍ଟମେଣ୍ଟ ନିର୍ମାଣ କରାଯିବ।

ସମୁଦାୟ ଏହି ପ୍ରକଳ୍ପଟି ୨୦ ଏକର ଆବାସିକ ଜମିକୁ ନେଇ ଗଠିତ ଯାହା ବିଭିନ୍ନ ପର୍ଯ୍ୟାୟରେ ବିକଶିତ ହେଉଛି ଏବଂ ବର୍ତ୍ତମାନ ବିଭିନ୍ନ ବର୍ଗର ୧୦୧୦ ଆପାର୍ଟମେଣ୍ଟର ନିର୍ମାଣ ସହିତ ପ୍ରଥମ ପର୍ଯ୍ୟାୟର କାମ ଚାଲୁ ରହିଛି। କୋଭିଡ୍‌-୧୯  ଲକଡାଉନ୍ ଏବଂ ନିର୍ମାଣ ଶ୍ରମିକଙ୍କ ସ୍ଥାନାନ୍ତରଣ ସତ୍ତ୍ୱେ ସମସ୍ତ ୬ଟି ଯାକ ଅଟ୍ଟାଳିକା (ଟାୱାର)ର ନିର୍ମାଣ ଦୃତ ଗତିରେ ଚାଲିଛି ।

ଏହି ପ୍ରକଳ୍ପକୁ ସ୍ଥାବର ସମ୍ପତ୍ତି ନିୟମାକ ପ୍ରାଧିକରଣ, ଓଡ଼ିଶା  (ରେରା, ଓଡ଼ିଶା) ପଞ୍ଜୀକରଣ ଅନୁମତି ଦେଇଛି। ଆମେ ଆଗାମୀ ୨୮.୦୨.୨୦୨୪ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାପାଇଁ ପ୍ରତିବଦ୍ଧ । ବର୍ତ୍ତମାନ ପ୍ରକଳ୍ପ ନିର୍ଦ୍ଧାରିତ ସ୍ଥିତିରୁ ୬ ମାସ ଆଗୁଆ ଚାଲିଛି।

କମ୍ପାନି ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ଏନଓସି ହାସଲ କରିଛି ଏବଂ ଆମର ଗ୍ରାହକମାନେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆଇଡ଼ି ବିଆଇ ଓ ଇଣ୍ଡିଆନ ବ୍ୟାଙ୍କ  ଭଳି ଅଗ୍ରଣୀ ଜାତୀୟ ବ୍ୟାଙ୍କରୁ ଗୃହ ଋଣ ପାଉଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ ଗ୍ରାହକମାନଙ୍କଠାରୁ ପ୍ରାପ୍ତ ସମସ୍ତ ଅର୍ଥ ଭାରତୀୟ ଷ୍ଟେଟବ୍ୟାଙ୍କର ଭୁବନେଶ୍ୱର ମୁଖ୍ୟ ଶାଖାରେ ଓଡ଼ିଶା ରେରାରେ ଅନୁମୋଦିତ ପ୍ରକଳ୍ପ ନାମରେ ଖୋଲା ଯାଇଥିବା ଖାତା (ଏସ୍‌କ୍ରୋ)ରେ ଜମା ହେଉଛି । ଉକ୍ତ ଅର୍ଥର ଶତକଡା ୩୦ (୩୦%) ଓଡ଼ିଶା ରେରା ତତ୍ତାବଧାନରେ ସୁରକ୍ଷିତ ରହେ ଯାହା ପ୍ରକଳ୍ପ ସମ୍ପୂର୍ଣ୍ଣ ପରେ ହିଁ କମ୍ପାନୀକୁ ମିଳିବ ଓ ଅବଶିଷ୍ଟ ଶତକଡା ୭୦% ଭାଗ ଅର୍ଥ କମ୍ପାନୀକୁ ନିର୍ମାଣ ଅଗ୍ରଗତି ଅନୁପାତରେ ହିଁ ମିଳିଥାଏ । ଅତଏବ ଉକ୍ତ ପ୍ରକଳ୍ପରେ ସମସ୍ତ ଗ୍ରାହକଙ୍କ ବିନିଯୋଗ ସଂପୂର୍ଣ୍ଣ ସୁରକ୍ଷିତ ରହିଛି।

ପ୍ରତି ୩ ମାସରେ ଥରେ ପ୍ରକଳ୍ପର ଅଗ୍ରଗତିର ସବିଶେଷ ବିବରଣୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ରେରା, ଓଡ଼ିଶାର ୱେବ୍‌ସାଇଡ୍‌ରେ ଦର୍ଶାଯାଇଥାଏ। ସୂଚନାଯୋଗ୍ୟ ଯେ ଆଗାମୀ ସପ୍ତାହରେ କମ୍ପାନୀ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସ୍ଥିତିର ପ୍ରଥମ ତ୍ରୈମାସିକ ବିବରଣୀ ଦର୍ଶାଇବାକୁ ଯାଉଛି।

ଆସୋଟେକ୍ ଗ୍ରୁପ୍‌ର ପରିଚୟ:

ଆସୋଟେକ୍ ଗ୍ରୁପ୍ ଶ୍ରୀ ସଞ୍ଜୀବ ଶ୍ରୀବାସ୍ତବଙ୍କ ଦ୍ୱାରା ୧୯୮୭ରେ ନୂଆଦିଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଦୀର୍ଘ ୩୪ ବର୍ଷ ମଧ୍ୟରେ ଏହା ୪୫ ରୁ ଅଧିକ ଆବାସିକ, ବାଣିଜ୍ୟିକ, ଶିଳ୍ପ, ଭିତ୍ତିଭୂମି, ସଡକ, ବ୍ରିଜ୍ ମେଗା ପାନୀୟ ଜଳ କାରଖାନା, ସ୍ୱେରେଜ୍  ଟ୍ରିଟମେଣ୍ଟ ପ୍ଲାଣ୍ଟ ଇତ୍ୟାଦି ସମାପ୍ତ କରିଛି ଏବଂ ଦିଲ୍ଲୀ- ଏନସିଆର (ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗାଓଁ), ଉତ୍ତରାଖଣ୍ଡ (ରୁଦ୍ରପୁର ଏବଂ ହରିଦ୍ୱାର), ଓଡ଼ିଶା (ଭୁବନେଶ୍ୱର), ମଧ୍ୟପ୍ରଦେଶ (ଗ୍ୱାଲିଅର)ରେ ୩୦,୦୦୦ ଆପାର୍ଟମେଣ୍ଟ ହସ୍ତାନ୍ତର କରିଛନ୍ତି ଏବଂ ବର୍ତ୍ତମାନ ଏହି ଗ୍ରୁପ୍ ଝାଡଖଣ୍ଡର (ରାଞ୍ଚି), ଓଡ଼ିଶା (ଭୁବନେଶ୍ୱର) ଏବଂ ହରିୟାଣା (ଗୁରୁଗାଓଁ)ରେ ବିଭିନ୍ନ ପ୍ରକଳ୍ପର ବିକାଶ କରୁଛି ।

ଶ୍ରୀ ସଞ୍ଜୀବ ଶ୍ରୀବାସ୍ତବ ଏନ୍‌ଆଇଟି କାଲିକଟରୁ  ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ସେ କ୍ରେଡାଇ, NAREDCO ଏବଂ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ପରି ପ୍ରମୁଖ ରିଏଲ୍ ଇଷ୍ଟେଟ ଇଣ୍ଡଷ୍ଟ୍ରି ସଂସ୍ଥାର ସଦସ୍ୟ, କ୍ରେଡାଇ ନ୍ୟାସନାଲ୍‌ର ଉପାଧ୍ୟକ୍ଷ, ସଚିବ କ୍ରେଡାଇ ୱେଷ୍ଟର୍ଣ୍ଣ ୟୁପି ଭାବେ କାର୍ଯ୍ୟନିର୍ବାହ କରିଛନ୍ତି ଏବଂ ବର୍ତ୍ତମାନ ସେ କ୍ରେଡାଇ ନ୍ୟାସନାଲ, କ୍ରେଡାଇ ଝାଡଖଣ୍ଡ ଏବଂ କ୍ରେଡାଇ ଭୁବନେଶ୍ୱରର ସଦସ୍ୟ ଅଛନ୍ତି ।

ବର୍ତ୍ତମାନ, ଆସୋଟେକ୍ ଗ୍ରୁପ୍‌ର ବିକାଶର ବିଭିନ୍ନ ପର୍ଯ୍ୟାୟରେ ୩ ମିଲିୟନ ବର୍ଗଫୁଟରୁ ଅଧିକ ବିଲ୍ଟ-ଅପ୍ କ୍ଷେତ୍ର ଅଛି ଏବଂ ଏହାର ବିଭିନ୍ନ ପ୍ରକଳ୍ପରେ ୧୫୦୦ ରୁ ଅଧିକ କର୍ମଜୀବୀ ଏବଂ ୩୫୦ କର୍ମଚାରୀ ନିୟୋଜିତ ଅଛନ୍ତି।

କରୋନା-୧୯ ମହାମାରୀ ଏବଂ ଲକଡାଉନ ସତ୍ତ୍ୱେ ଆସୋଟେକ୍ ଫ୍ରେବୃଆରୀ ୨୦୧୯ରୁ ଆଜି ପର୍ଯ୍ୟନ୍ତ ଏହାର ମୂଲ୍ୟବାନ ଗ୍ରାହକଙ୍କୁ ୪୦୦ ଫ୍ଲାଟ ହସ୍ତାନ୍ତର କରିଛି ଏବଂ ଅଧ୍ୟାବଧି ଜାରି ରହିଛି । ଆସୋଟେକ୍ ସବୁକ୍ଷେତ୍ରରେ ପ୍ରସ୍ତୁତ ଏବଂ ୨୦୨୨ ମଧ୍ୟଭାଗ ଶେଷସୁଦ୍ଧା ଅନ୍ୟୁନ ୬୦୦ ଫ୍ଲାଟ ବିତରଣ କରିବାକୁ ପ୍ରତିଶ୍ରୁତିବଦ୍ଧ।

Comments are closed.