ବିଜେଡି ଛାଡ଼ି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଲେ ପ୍ରିୟଦର୍ଶୀ ମିଶ୍ର

0

ଭୁବନେଶ୍ବର, ୩୦/୩: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଆଜି ସକାଳ ପାଖାପାଖି ୧୦ଟା ୬ ମିନିଟ ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ିଥିଲେ। ମାତ୍ର ୨ ଘଣ୍ଟା ଭିତରେ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ, ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବିଧାୟକ ପ୍ରଶାନ୍ତ ଜବଦ୍ଦେବ ଓ ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ବିଜେଡିରେ ତାଙ୍କୁ ଉଚିତ ସମ୍ମାନ ନମିଳିବାରୁ ସେ ବାଧ୍ୟ ହୋଇ ଦଳ ଛାଡିଥିବା କହିଥିଲେ।

 

 

Leave A Reply

Your email address will not be published.