ଏଣେତେଣେ ଅଳିଆ ପକାଇଲେ ରଦ୍ଦ ହେବ ଟ୍ରେଡ୍ ଲାଇସେନ୍ସ: ବିଏମ୍‌ସିର କଡ୍ଡା ପଦକ୍ଷେପ

ଭୁବନେଶ୍ବର, ୨୮।୧୨: ଏଣିକି ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀଙ୍କୁ ଆଉ ନସ୍ତାର ନାହିଁ। ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏଥର ଖାଲି ଜରିମାନା ନୁହେଁ ଟ୍ରେଡ୍‌ ଲାଇସେନ୍ସ ଲାଇସେନ୍ସ ବି ରଦ୍ଦ କରାଯିବ।  ଆବଶ୍ୟକସ୍ଥଳେ ଦୋକାନକୁ ସିଲ୍ ସହ ଉଚ୍ଛେଦ ମଧ୍ୟ କରାଯିବ। ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍‌ସି ।

ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ମହାନଗର ନିଗମ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ। ଆଜିଠାରୁ ରାସ୍ତାରେ  ଅଳିଆ ଆବର୍ଜନା ପକାଉଥିବା ଦୋକାନୀଙ୍କ ଉପରେ ଆର୍ଥିକ ଜରିମାନା ସାଙ୍ଗକୁ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରଦ୍ଦ କରାଯିବ ଟ୍ରେଡ୍ ଲାଇସେନ୍ସ ।

ଦୋକାନମାନେ ଅଳିଆକୁ ଏଣେତେଣେ ପକାଉଥିବାରୁ ପାରିପାର୍ଶ୍ୱିକ ପରିବେଶ ବିଗିଡ଼ି ଯାଉଛି।  ଏହାକୁ ଦୃଷ୍ଟିରେ ରଖି  ନିଜ ଦୋକାନ ସମ୍ମୁଖରେ ୨ଟି ଡଷ୍ଟବିନ୍ ରଖିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୋଟିକରେ ଓଦା  ଓ ଅନ୍ୟଟିରେ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ଲାଗି କୁହାଯାଇଥିଲା। ମାତ୍ର ବାରମ୍ବାର ସଚେତନତା ସତ୍ତ୍ୱେ ଦୋକାନୀମାନେ ୨ଟି ଡଷ୍ଟବିନ୍ ରଖୁନାହାନ୍ତି। ଏପରିକି ଦୋକାନରୁ ବାହାରୁଥିବା ଅଳିଆ ଆବର୍ଜନା ଏଣେତେଣେ ପକାଇ ଅଳିଆ କରୁଥିବା ନଜରକୁ ଆସିଛି। ଯାହା ଫଳରେ ପରିମଳ ସେବା ଓ ସ୍ୱଚ୍ଛତା ବାଧାପ୍ରାପ୍ତ ହେଉଛି । ତେଣୁ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଏମ୍‌ସି।

Comments are closed.